ନୂଆଦିଲ୍ଲୀ ୧୯।୦୯; ରୁଷରେ ପୁଣି ଭୂମିକମ୍ପ ଝଟକା । ରାତି ଅଧରେ ଭୂମିକମ୍ପରେ ଥରିଲା ମାଟି । ଗତ ମାସରେ ରୁଷରେ ଅନେକ ଥର ଭୂମିକମ୍ପ ହୋଇଛି । ଯାହା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ରୁଷ କାମଚାଟକା ଉପଦ୍ୱୀପରେ ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ଭାରତୀୟ ସମୟ ଅନୁସାରେ ରାତି ପ୍ରାୟ ୧୨ଟା ୨୮ ମିନିଟ୍ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ୨୦ ମିନିଟ୍ ମଧ୍ୟରେ ଦୁଇଟି ଭୂମିକମ୍ପ ଭୂମିକୁ ଥରାଇ ଦେଇଛି । ତୀବ୍ରତା ୭.୮ ରେକର୍ଡ ହୋଇଛି । ସୁନାମୀ ଭୟ ବଢିଛି । ଆଲର୍ଟ ଜାରି ହୋଇଛି ।
ରୁଷର କାମଚଟକାରେ ପ୍ରଥମ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ରେକର୍ଡ କରାଯାଇଛି । ଯେତେବେଳେ ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୬ ଥିଲା। ଭୂମିକମ୍ପ ପରେ ସମୁଦ୍ରରେ ଜୁଆର ଉଠିବା ସହ ସୁନାମି ଚେତାବନୀ ଜାରି କରାଯାଇଛି। ହେଲେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।
ଭୂମିକମ୍ପର ତୀବ୍ରତା ୭.୮ ରେକର୍ଡ
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ରିପୋର୍ଟ କରିଛି ଯେ କାମଚଟକା ଉପଦ୍ୱୀପର ପୂର୍ବ ଉପକୂଳ ନିକଟରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିକମ୍ପର ପ୍ରାୟ ୮୫ କିଲୋମିଟର ତଳେ ଥିଲା। ଦ୍ୱିତୀୟ ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିକମ୍ପର ୩୦ କିଲୋମିଟର ତଳେ ଥିଲା। ରୁଷିଆର ଷ୍ଟେଟ୍ ଜିଓଫିଜିକାଲ ସର୍ଭିସ ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୭.୮ ଥିଲା ଭୂମିକମ୍ପ ପରେ ତୁରନ୍ତ, ଆମେରିକାର ପାଣିପାଗ ସେବା ସୁନାମି ସତର୍କତା ଜାରି କରି ଲୋକମାନଙ୍କୁ ଉପକୂଳରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲା।




