ରାଜ୍ୟର ବିଭିନ୍ନ ବ୍ଲକ୍‌ରେ ଖାଲି ପଡିଛି ୧୦୫ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦବୀ, ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ

ରାଜ୍ୟର-ବିଭିନ୍ନ-ବ୍ଲକ୍‌ରେ-ଖାଲି-ପଡିଛି-୧୦୫-ଗୋଷ୍ଠୀ-ଉନ୍ନୟନ-ଅଧିକାରୀ-ପଦବୀ,-ମୟୁରଭଞ୍ଜ-ଜିଲ୍ଲାରେ-ସର୍ବାଧିକ

ଭୁବନେଶ୍ବର ୧୯।୯: ରାଜ୍ୟରେ ଖାଲି ପଡିଛି ବିଇଓ ପଦବୀ । ରାଜ୍ୟର ବିଭିନ୍ନ ବ୍ଲକ୍‌ରେ ୧୦୫ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦବୀ ଖାଲି ପଡିଛି ବୋଲି ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି ।

ଅନୁଗୁଳ ଜିଲ୍ଲାର ୪ଟି, ବାଲେଶ୍ୱର ଜିଲ୍ଲାର ୬ଟି, ବରଗଡ ଜିଲ୍ଲାର ଗୋଟିଏ, ଭଦ୍ରକ ଜିଲ୍ଲାର ୪ଟି, ବଲାଙ୍ଗିର ଜିଲ୍ଲାର ୩ଟି, କଟକ ଜିଲ୍ଲାର ୨ଟି, ଦେବଗଡ ଜିଲ୍ଲାର ଗୋଟିଏ, ଢେଙ୍କାନାଳ ଜିଲ୍ଲାର ୩ଟି, ଗଜପତି ଜିଲ୍ଲାର ଗୋଟିଏ, ଗଞ୍ଜାମ ଜିଲ୍ଲାର ୭ଟି, ଜଗତସିଂହପୁର ଜିଲ୍ଲାର ୬ଟି, ଯାଜପୁର ଜିଲ୍ଲାର ୪ଟି, କଳାହାଣ୍ଡି ଜିଲ୍ଲାର ୨ଟି, କନ୍ଧମାଳ ଜିଲ୍ଲାର ୫ଟି, କେନ୍ଦ୍ରାପଡ଼ା ଜିଲ୍ଲାର ୪ଟି, କେନ୍ଦୁଝର ଜିଲ୍ଲାର ୩ଟି, ଖୋର୍ଦ୍ଧା ଜିଲ୍ଲାର ୫ଟି, କୋରାପୁଟ ଜିଲ୍ଲାର ୭ଟି, ମାଲକାନଗିରି ଜିଲ୍ଲାର ଗୋଟିଏ, ମୟୁରଭଞ୍ଜ ଜିଲ୍ଲାର ୯ଟି, ନବରଙ୍ଗପୁର ଜିଲ୍ଲାର ୩ଟି, ନୟାଗଡ ଜିଲ୍ଲାର ୩ଟି, ପୁରୀ ଜିଲ୍ଲାର ୪ଟି, ରାୟଗଡା ଜିଲ୍ଲାର ୭ଟି, ସମ୍ବଲପୁର ଜିଲ୍ଲାର ୫ଟି, ସୁବର୍ଣ୍ଣପୁର ଜିଲ୍ଲାର ୩ଟି, ସୁନ୍ଦରଗଡ଼ ଜିଲ୍ଲା ୨ଟି ବ୍ଲକ୍‌ରେ ବିଇଓ ପଦବୀ ଖାଲି ପଡିଛି ।

ଏଥିସହ ରାଜ୍ୟରେ ୧୮୦୪ଟି ପ୍ରାଇମେରୀ, ୩୮୬୫ଟି ୟୁପି ସ୍କୁଲ ଏବଂ ୧୭୭୨ଟି ହାଇସ୍କୁଲରେ ଛାତ୍ରଛାତ୍ରୀ ଅଧ୍ୟୟନ ତୁଳନାରେ ଗୃହ ଭିତ୍ତିଭୂମିର ଆବଶ୍ୟକତା ରହିଛି ।

Scroll to Top