ଭୁବନେଶ୍ୱର ୨୮।୧୦ : ପାଖେଇ ଆସୁଛି ବାତ୍ୟା । ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ମୋନ୍ଥା’ । ମଛଲିପାଟନାମ ଠାରୁ ୧୯୦, କାକିନାଡ଼ା ଠାରୁ ୨୭୦ କିମି ଦୂରରେ ରହିଛି । ମଙ୍ଗଳବାର ରାତି କିମ୍ବା ବୁଧବାର ସକାଳେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ମୋନ୍ଥା । ତେବେ ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ଇଷ୍ଟ କୋଷ୍ଟ ରେଲଓ୍ୱେ ପକ୍ଷରୁ କିଛି ଟ୍ରେନ୍କୁ ବାତିଲ କରାଯାଇଛି । ପ୍ରାୟ ୪୨ଟି ଟ୍ରେନ୍ ବାତ୍ୟା ଲାଗି ବାତିଲ ହୋଇଛି । ଏହାସହ ଦୁଠି ଟ୍ରେନ୍ ଗତିପତ ପରିବର୍ତ୍ତନ ହୋଇଥିବା ବେଳେ ୫ଟି ଟ୍ରେନ୍କୁ ସାମୟିକ ଭାବେ ବାତିଲ କରାଯାଇଛି । ୮ଟି ଟ୍ରେନର ସମୟ ସାରଣୀ ପୁନଃନିର୍ଦ୍ଧାରିତ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ଟ୍ରେନଗୁଡ଼ିକ ମଧ୍ୟରୁ ଟ୍ରେନ ନଂ-୧୧୦୨୦ କୋଣାର୍କ ଏକ୍ସପ୍ରେସ୍ ଆଜି ବାତିଲ ରହିଛି । ଯାତ୍ରୀମାନଙ୍କୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ରେନ୍ର ସ୍ଥିତି ଜାଣିବା ସହିତ ଘୂର୍ଣ୍ଣିଝଡ଼ ସମୟରେ ଯାତ୍ରା ଏଡାଇବାକୁ ପରାମର୍ଶ ଦିଆଯାଇଛି । ସେହିପରି ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ପଲାସା, ଖୋର୍ଦ୍ଧା ରୋଡ୍ ଏବଂ ଭୁବନେଶ୍ୱରରେ ହେଲ୍ପ ଡେସ୍କ ଖୋଲାଯାଇଛି । ବିଶାଖାପାଟନାମ, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ଦୁଭାଡ଼ା ଓ ରାୟଗଡ଼ାରେ ବି ବାତ୍ୟା ହେଲ୍ପ ଡେସ୍କ ଖୋଲିଛି।
ତେବେ ବାତ୍ୟା ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଯୋଗାଯୋଗ କରିବା ପାଇଁ ପୂର୍ବତଟ ରେଲଓ୍ବେ ପକ୍ଷରୁ ହେଲ୍ପ ଲାଇନ୍ ନଂ- ଜାରି କରାଯାଇଛି।
ରେଲଓ୍ବେ ହେଲ୍ପ ଲାଇନ୍ ନଂ-
ବିଶାଖାପାଟନାମ୍ : ୦୮୯୧-୨୭୪୬୩୩୦,୦୮୯୧-୨୭୪୪୬୧୯
ବିଜୟନଗରମ୍ : ୦୮୯୨୨-୨୨୧୨୦୨
ଶ୍ରୀକାକୁଲମ୍ ରୋଡ୍: ୦୮୯୪୨-୨୮୬୨୧୩, ୦୮୯୪୨-୨୮୬୨୪୫
ଦୁର୍ଭାଡ଼ା : ୦୮୯୧-୨୮୮୧୪୫୬
ରାୟଗଡ଼ା : ୦୮୯୧-୨୮୮୫୭୪୪, ୦୮୯୧-୨୮୮୫୭୫୫
ନୂଆପଡ଼ା : ୦୮୯୧-୨୮୮୫୯୩୭
ଆରାକୁ: ୦୮୯୩୬-୨୪୯୮୩୨
କୋରାପୁଟ: ୦୮୯୧-୨୮୮୪୩୧୮, ୦୮୯୧-୨୮୮୪୩୧୯
ଜଗଦଲପୁର: ୦୮୯୧-୨୮୮୪୭୧୪,୦୮୯୧-୨୮୮୪୭୧୫
ବୋବିଲି: ୦୮୯୧-୨୮୮୩୩୨୩, ୦୮୯୧-୨୮୮୩୩୨୫




