ମହଙ୍ଗା ପଡିଲା କାର୍ଯ୍ୟରେ ଅବହେଳା, ଜଙ୍ଗଲ ନିଆଁରେ ଜଳିଗଲା ୩ ବନ କର୍ମଚାରୀଙ୍କ ଚାକିରୀ
କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଜଙ୍ଗଲରେ ନିଆଁ । ଅବହେଳା ନେଇ ବନ ବିଭାଗର କାର୍ଯ୍ୟାନୁଷ୍ଠାନ୍ ।
Published By: Prativa – Prameya-News7 Bureau | March 11, 2026 08:45 AM
NEWS7
କେନ୍ଦୁଝର ୧୧/୦୩: କେନ୍ଦୁଝର ଜଙ୍ଗଲର ନିଆଁ ସାରା ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି । ଜିଲ୍ଲାର ମୋଟ ୪୫୨ଟି ସ୍ଥାନର ୫୬୦୪ ହେକ୍ଟର ଅଞ୍ଚଳରେ ନିଆଁ ଲାଗିଛି । ନିଆଁକୁ ନିୟନ୍ତ୍ରଣ କରିବାରେ ବନବିଭାଗ ଅସମର୍ଥ ହୋଇଥିବାବେଳେ ଏଥିପାଇଁ ବନବିଭାଗ କର୍ମଚାରୀଙ୍କ ଦାୟିତ୍ୱହୀନତା ଦାୟୀ ବୋଲି ବନବିଭାଗ ସ୍ୱୀକାର କରିଛି । ଫଳରେ କେନ୍ଦୁଝର ଡିଏଫଓ ୩ ଜଣ ବନକର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ।
ଘଟଣା ଘଟଗାଁ ଫରେଷ୍ଟର ପ୍ରମୋଦ ବେହେରା ଏବଂ ବିଶ୍ୱରଞ୍ଜନ ମିଶ୍ରଙ୍କୁ ନିଲମ୍ବନ କରିଥିବାବେଳେ ସରକାରୀ କାର୍ଯ୍ୟ ସମୟରେ ନିଶାସେବନ ଏବଂ କାର୍ଯ୍ୟରେ ଅବହେଳା ପାଇଁ ପାଟଣା ଫରେଷ୍ଟ ଗାର୍ଡ ହୃଦାନନ୍ଦ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ଡିଏଫ୍ଓ । ସମସ୍ତ ନିଲମ୍ବିତ କର୍ମଚାରୀ ଜିଲା ମୁଖ୍ୟାଳୟରେ ଯୋଗ ଦେବାକୁ ଆଦେଶ ଦେଇଛନ୍ତି । ତେବେ ବଡ଼ବଡ଼ିଆ ଅଧିକାରୀଙ୍କୁ ମାପ ଦେଇ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ବନବିଭାଗ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରୁଛି ବୋଲି ଆଲୋଚନା ହେଉଛି ।
also read…ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା, କଲେଜ ଛାତ୍ରଙ୍କ ବ୍ୟାଗ୍ରେ ଚୋରା ଚାଲାଣ




