ଜଗତସିଂହପୁର ୧୧/୦୩: ନୋଡାଲ ଅଫିସରଙ୍କ ମାସକର ଦରମା । ଧାନ କିଣା ସେଣ୍ଟରରେ ମନ ଇଚ୍ଛା ରହିଲେ ଅନୁପସ୍ଥିତ । ଆଉ ତା ଫଳ ସ୍ୱରୁପ ମାସକର ଦରମା ବନ୍ଦ । ଜଗତସିଂହପୁର ଜିଲ୍ଲାରେ ଥିବା ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଉପରେ ହୋଇଛି ଆକ୍ସନ । ଏଭଳି କଡ୍ଡା ଆକ୍ସନ ନେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।
ବିଭିନ୍ନ ଧାନ ମଣ୍ଡି ଦାୟିତ୍ୱରେ ଥିବା ନୋଡାଲ ଅଫିସର ମାନେ ଧାନ କ୍ରୟ କେନ୍ଦ୍ର ମାନଙ୍କରେ ମନମୁଖୀ ଭାବରେ ଅନୁପସ୍ଥିତ ରହିବା ମହଙ୍ଗା ପଡିଛି । ଯାହା ଦ୍ଵାରା ସମସ୍ତ ନୋଡାଲ ଅଫିସର ମାନଙ୍କ ମାର୍ଚ୍ଚ ମାସର ଦରମାକୁ ବନ୍ଦ କରିଛନ୍ତି ଜିଲ୍ଲାପାଳ । ମାର୍ଚ୍ଚ ମାସର ଦରମା ବନ୍ଦ ରହିବ ବୋଲି ଚିଠି ରେ ଦର୍ଶାଯାଇଛି । ୬୯ ମଣ୍ଡି କେନ୍ଦ୍ର ଦାୟିତ୍ୱରେ ଥିବା ନୋଡାଲ ଅଫିସର ମାନଙ୍କ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦରମାକୁ ବନ୍ଦ ରଖାଯିବ ।
ଚଳିତ ବର୍ଷ ବିଭିନ୍ନ ମଣ୍ଡିରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ରାଜସ୍ବ ନୀରିକ୍ଷକ, ଭିଏଡବ୍ଲ୍ୟୁ ଭଳି ଅଧିକାରୀ ମାନଙ୍କୁ ନୋଡାଲ ଅଫିସର ଦାୟିତ୍ୱରେ ରଖା ଯାଇଛି। ଜିଲ୍ଲାରେ ବିରିଡ଼ି, କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ନାଉଗାଁ, ଜଗତସିଂପୁର, ଏରସମା ଓ ବାଲିକୁଦା ସମସ୍ତ ବ୍ଲକ୍ ରେ ଥିବା ବିଭିନ୍ନ ନୋଡାଲ ଅଫିସର ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ତିନିଦିନ ଭିତରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
also read…
ମହଙ୍ଗା ପଡିଲା କାର୍ଯ୍ୟରେ ଅବହେଳା, ଜଙ୍ଗଲ ନିଆଁରେ ଜଳିଗଲା ୩ ବନ କର୍ମଚାରୀଙ୍କ ଚାକିରୀ




