ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ, ଲାଗିଲା ଝଟକା..ଆସିବ କି ସୁନାମି ?
ଥରିଲା ଇଣ୍ଡୋନେସିଆ । ଲାଗିଲା ଭୂମିକମ୍ପର ଝଟକା । ମଙ୍ଗଳବାର ଦେଶରେ ଜୋରଦାର ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ବୋଲି କୁହାଯାଉଛି । ସିନାବାଙ୍ଗର ୬୫ କିଲୋମିଟର ଦକ୍ଷିଣକୁ ଏହାର କେନ୍ଦ୍ରସ୍ଥଳୀ ଥିବା ୟୁଏସ ଜିଓଲୋଜିକାଲ ସର୍ଭେ କହିଛି ।
Published By: Ankit M – Prameya-News7 Bureau | March 03, 2026 11:48 AM
NEWS7
ସୁମାତ୍ରା, ୦୩ /୦୩: ଥରିଲା ଇଣ୍ଡୋନେସିଆ । ଲାଗିଲା ଭୂମିକମ୍ପର ଝଟକା । ମଙ୍ଗଳବାର ଦେଶରେ ଜୋରଦାର ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ବୋଲି କୁହାଯାଉଛି । ସିନାବାଙ୍ଗର ୬୫ କିଲୋମିଟର ଦକ୍ଷିଣକୁ ଏହାର କେନ୍ଦ୍ରସ୍ଥଳୀ ଥିବା ୟୁଏସ ଜିଓଲୋଜିକାଲ ସର୍ଭେ କହିଛି ।
ମଙ୍ଗଳବାର ହଠାତ ଇଣ୍ଡୋନେସିଆର ମାଟି ଥରି ଉଠିଥିଲା । ଲୋକେ ଭୟରେ ଘରୁ ବାହାରିଯାଇଥିଲେ । ପ୍ରଶାନ୍ତ ମହାସାଗରର ରିଙ୍ଗ୍ ଅଫ୍ ଫାୟାରରେ ଏହି ଦେଶ ଥିବାରୁ ଏଠାରେ ଲଗାତାର ଭାବେ ଭୂମିକମ୍ପର ଝଟକା ଅନୁଭୂତ ହେଉଛି ।
ଏହି ଖବରଟି ପଢନ୍ତୁ… ଖାମେନିଙ୍କ ମୃତ୍ୟୁ ଉପରେ ମୁହଁ ଖୋଲିଲେ ସୋନିଆ ଗାନ୍ଧୀ, କହିଲେ ବିଚଳିତ କରୁଛି ସରକାରଙ୍କ ନୀରବତା
ପାଣିପାଗ ବିଜ୍ଞାନୀଙ୍କ କହିବାନୁସାରେ, ଇଣ୍ଡୋନେସିଆର ସୁମାତ୍ରା ପ୍ରାନ୍ତରେ ଭୂମିକମ୍ପ ହୋଇଛି । ସକାଳ ୧୦ଟା ୨୬ ମିନିଟରେ ଲୋକଙ୍କୁ ଝଟକା ଲାଗିଛି । ଯାହାର କେନ୍ଦ୍ରସ୍ଥଳୀ ଭୂମିରୁ ୨୦ କିଲୋମିଟର ତଳେ ରହିଛି ।ତେବେ ଏଥିରେ କେହି ମୃତାହତ ହୋଇଥିବା ଖବର ଆସିନାହିଁ । କିନ୍ତୁ ସ୍ଥାନୀୟ ଲୋକେ ଭୟବୀତ ଅଛନ୍ତି । ଅନ୍ୟ ଦିଗରେ ସୁନାମି ନେଇ ଏବେସୁଦ୍ଧା କୌଣସି ସତର୍କତା ଜାରି କରାଯାଇ ନାହିଁ ।




