ବିଶାଖାପାଟଣା : ଭାରତୀୟ ନୌସେନା ଶୁକ୍ରବାର ପରମାଣୁ ଶକ୍ତିରେ ଚାଲୁଥିବା ବୁଡ଼ା ଜାହାଜ ଆଇଏନଏସ ଅରିଦମନକୁ ନିଜ ନୌଭେଳାରେ ସାମିଲ କରିଛି। ଅନ୍ୟପଟେ ଯୁଦ୍ଧପୋତ ଆଇଏନଏସ ତାରାଗିରିକୁ ମଧ୍ୟ ନୌସେନାରେ ସାମିଲ କରାଯାଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୁଦ୍ଧପୋତଙ୍କ ସାମିଲ ନିମନ୍ତେ ଅନୁଷ୍ଠିତ କମିସନିଂ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଇଏନଏସ ଅରିଦମନ ନୌସେନାରେ ସାମିଲ ହେବା ନେଇ ରାଜନାଥ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ‘ଶବ୍ଦ ନୁହେଁ ଶକ୍ତି’ ହେଉଛି ଅରିଦମନ।
କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଇଏନଏସ ଅରିଦମନର ଫଟୋ ସେୟାର କରି ଲେଖିଛନ୍ତି ଯେ ‘ଭାରତର ଅଜେୟ ସାହସର ପ୍ରତିବିମ୍ବ ହେଉଛି ଅରିଦମନ’। ସେହିପରି ନୌସେନାରେ ସାମିଲ ହୋଇଥିବା ଆଇଏନଏସ ତାରାଗିରିକୁ ମଲ୍ଟି ରୋଲ ଅପରେସନ ଲାଗି ପ୍ରସ୍ତୁତ କରାଯାଇଛି। ଏହା ହାଇ ଇଣ୍ଟେନସିଟି କମ୍ବାଟରୁ ଆରମ୍ଭ କରି ସମୁଦ୍ର ସୁରକ୍ଷା, ସମୁଦ୍ର ଡକାୟତୀ ବିରୋଧୀ ଅଭିଯାନ, ଉପକୂଳ ତଦାରଖ ଓ ମାନବୀୟ ମିସନ ପାଇଁ ଏହାକୁ ଉପଯୁକ୍ତ ଯୁଦ୍ଧପୋତ ବୋଲି କୁହାଯାଇଛି।
ଏହି ଜାହାଜ ୭୫% ସ୍ୱଦେଶୀ। ଏହାର ଅର୍ଥ ହେଉଛି ଏବେ ସିପ୍ ବିଲ୍ଡିଂରେ ଆମେ ଆଉ ଗ୍ରାହକ ହୋଇ ନାହେଁ, ଉତ୍ପାଦକ ହୋଇସାରିଲେଣି। ଆଇଏନଏସ ତାରାଗିରି ପି-୧୭-ଏ କ୍ଲାସ ଚତୁର୍ଥ ଜାହାଜ। ଏହାର ସବୁଠୁ ବଡ଼ ବୈଶିଷ୍ଟ୍ୟ ହେଉଛି ଏହାକୁ ଭାରତର ୱାରସିପ୍ ଡିଜାଇନ ବ୍ୟୁରୋର ଇଞ୍ଜିନିୟର ମାନେ ଡିଜାଇନ କରିଛନ୍ତି ଓ ମଝଗାଓଁ ଡକ୍ ସିପବିଲ୍ଡର୍ସ ଏହାକୁ ନିର୍ମାଣ କରିଛନ୍ତି। ରାଜନାଥ ସିଂହ କହିଛନ୍ତି ଯେ ଆଇଏନଏସ ତାରାଗିରି କେବଳ ଏକ ଯୁଦ୍ଧପୋତ ନୁହେଁ ବରଂ ଭାରତୀୟ ନୌସୈନିକ ଶକ୍ତିର ପ୍ରତୀକ।
भारत के अजेय साहस का प्रतिबिंब है, ‘अरिदमन’
India is set to welcome its 3rd nuclear-powered ballistic missile submarine, INS Aridhaman. pic.twitter.com/G7LYOIYQRx
— Jyotiraditya M. Scindia (@JM_Scindia) April 3, 2026




