ଭାରତର ଏହି ରାଜ୍ୟ ଏବେ ହେବ ‘KGF’, ଆଖି ତରାଟି ଚାହିଁଛି ଦୁନିଆ

ଭାରତର-ଏହି-ରାଜ୍ୟ-ଏବେ-ହେବ-‘kgf’,-ଆଖି-ତରାଟି-ଚାହିଁଛି-ଦୁନିଆ

ନୂଆଦିଲ୍ଲୀ ୧୭।୮: ଓଡ଼ିଶା ଏବେ ଭାରତର ନୂଆ ଗୋଲ୍ଡ ହବ ବନିବାକୁ ଯାଉଛି। ନିକଟରେ ରାଜ୍ୟର କେତେକ ଜିଲ୍ଲାରେ ସୁନାର ଭଣ୍ଡାର ଥିବା ଜଣାପଡିଛି। ଏହି ସୂଚନା ନିଜେ ଜିଓଲଜିକାଲ ସର୍ଭେ ଅଫ ଇଣ୍ଡିଆ (ଜିଏସଆଇ) ଦେଇଛନ୍ତି। ତେବେ ଗଚ୍ଛିତ ସୁନାର ପରିମାଣ କେତେ ଏହାକୁ ନେଇ କୌଣସି ଦାବି କରାଯାଇ ନାହିଁ। ହେଲେ କୁହାଯାଉଛି ଏହି ସ୍ୱର୍ଣ୍ଣ ଭଣ୍ଡାର ୧୦ରୁ ୨୦ ମେଟ୍ରିକ ଟନର ହୋଇପାରେ। 

ଓଡିଶାର ଦେବଗଡ଼ (ଅଦାସା-ରାମପଲ୍ଲୀ), ସୁନ୍ଦରଗଡ଼, ନବରଙ୍ଗପୁର, କେଉଁଝର, ଅନୁଗୁଳ ଓ କୋରାପୁଟରେ ସ୍ୱର୍ଣ୍ଣ ଭଣ୍ଡାର ମିଳିଥିବା କୁହାଯାଉଛି। ଏହା ଛଡା ମୟୁରଭଞ୍ଜ, ମାଲକାନଗିରି, ସମ୍ବଲପୁର ଓ ବୌଧରେ ଏବେ ମାଟି ତଳେ ସୁନା ଖଣିର ସନ୍ଧାନ ଜାରି ରହିଛି। ତେବେ ମିଳିଥିବା ସୁନାଖଣିର ସନ୍ଧାନ ଭାରତ ଆମଦାନୀ କରୁଥିବା ସୁନାଠାରୁ ଅଧିକ ନୁହେଁ ବୋଲି ଆକଳନ କରାଯାଉଛି। ଭାରତରେ ପ୍ରତିବର୍ଷ ଘରୋଇ ଉତ୍ପାଦନରୁ ୧.୬ ଟନ ସୁନା ମିଳୁଥିବା ବେଳେ ପ୍ରତିବର୍ଷ ୭୦୦ରୁ ୮୦୦ ମେଟ୍ରିକ ଟନ ସୁନା ଆମଦାନୀ ହେଉଛି। 

ଏଥିରୁ ଓଡିଶା ସୁନା ଖଣିରୁ ଯଦି ଉତ୍ପାଦନ ଆରମ୍ଭ ହୁଏ ଏହା ବିଦେଶରୁ ଆମଦାନୀ ହେଉଥିବା ସୁନା ପରିମାଣ ହ୍ରାସ କରିବାରେ ସହାୟକ ହୋଇ ନପାରେ। ତେବେ ଘରୋଇ ଉତ୍ପାଦନ ଦିଗରେ ଏହା ଏକ ବଡ଼ ପଦକ୍ଷେପ ହେବ। ଓଡିଶା ସରକାରଙ୍କ ଖଣି ନିଗମ (ଓଏମସି) ଓ ଜିଏସଆଇ ମିଳିତ ଏହି ସନ୍ଧାନକୁ ଖୁବ୍ ଶୀଘ୍ର ବ୍ୟବସାୟୀକ କରିବାକୁ ଉଦ୍ୟମ କରୁଛନ୍ତି। ଏମିତିରେ ଓଡିଶାରେ ଲୌହପଥରରୁ ଆରମ୍ଭ କରି ମାଙ୍ଗାନିଜ, ବକ୍ସାଇଟ ଓ କୋଇଲା ବିପୁଳ ପରିମାଣରେ ରହିଛି। 

Scroll to Top