ପାକିସ୍ତାନରେ ବର୍ଷା ଓ ବନ୍ୟାର ତାଣ୍ଡବ ଲୀଳା , ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ; ଏବେ ବି ଅନେକ ନିଖୋଜ

ପାକିସ୍ତାନରେ-ବର୍ଷା-ଓ-ବନ୍ୟାର-ତାଣ୍ଡବ-ଲୀଳା-,-୨୦୦ରୁ-ଅଧିକ-ଲୋକଙ୍କ-ମୃତ୍ୟୁ-;-ଏବେ-ବି-ଅନେକ-ନିଖୋଜ

ଇସଲାମାବାଦ – ପାକିସ୍ତାନ ଓ ଏହା ଅଧିକୃତ କାଶ୍ମୀର (ପିଓକେ)ର ଅନେକ ଭାଗରେ ପ୍ରବଳ ବର୍ଷା ଓ ବନ୍ୟା ପ୍ରଳୟ ସୃଷ୍ଟି କରିଛି। ମୁଷଳଧାରାର ବର୍ଷା ଯୋଗୁଁ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। କର୍ତ୍ତୃପକ୍ଷକଙ୍କ ଠାରୁ ମିଳି ଥିବା ସୂଚନା ଅନୁସାରେ, ସବୁଠୁ ଅଧିକ ମୃତ୍ୟୁ ଖୈବର ପଖତୁନଖ୍ୱା ପ୍ରଦେଶରେ ହୋଇଛି। ସେଠାରେ ହଠାତ୍‌ ବନ୍ୟା ଆସି ଅନେକ ଜିଲ୍ଲାକୁ ପ୍ରଭାବିତ କରିଛି। ବନ୍ୟାରେ ଅନେକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇ ଯାଇଛି ଏବଂ ପିଓକେର ଗିଲଗିଟ-ବାଲଟିସ୍ତାନରେ କାରାକୋରମ ଓ ବାଲଟିସ୍ତାନ ଜାତୀୟ ରାଜପଥ ସହ ପ୍ରମୁଖ ସଡ଼କ ଅବରୋଧ ହୋଇ ଯାଇଛି।

ପାକିସ୍ତାନୀ ଅଧିକାରୀମାନେ ଖୈବର ପଖତୁନଖ୍ୱାରେ ୨୧ ଅଗଷ୍ଟ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସତର୍କ ସୂଚନା ଦେଇଛନ୍ତି। ପ୍ରଦେଶ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ପିଡିଏମଏ)ର ମୁଖପାତ୍ରଙ୍କ ଅନୁସାରେ , ଗତ ୨୪ରେ ହଠାତ୍‌ ଆସିଥିବା ବନ୍ୟାରେ ୧୪ ଜଣ ମହିଳା ଓ ୧୨ଜଣ ଶିଶୁ ସମେତ ଅତି କମ୍‌ରେ ୧୯୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ନିଖୋଜ ଅଛନ୍ତି। ବୁନେର ଜିଲ୍ଲାରେ ସବୁଠୁ ଅଧିକ ୯୨ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ମାନସେହରା , ବାଜୋର ,ବଟାଗ୍ରାମ , ଲୋଅର ଦୀର ଏବଂ ଶାଙ୍ଗଲା ସାମିଲ ଅଛି।

ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଅଧ୍ୟକ୍ଷ ଲେଫ୍ଟେନାଣ୍ଟ ଜେନେରାଲ ଇନାମ ହାଇଦର ଇସଲାମାବାଦରେ ଆୟୋଜିତ ପ୍ରେସ୍‌ କନଫରେନ୍ସରେ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାକିସ୍ତାନରେ ପାଣିପାଗର ସ୍ଥିତି ବଦଳୁଛି। ସେ କହିଛନ୍ତି ଯେ, ଜୁନ୍‌ରେ ମନସୁନ୍‌ ଆରମ୍ଭ ହେବା ପରେ ଗତ ବର୍ଷ ତୁଳନାରେ ୫୦ପ୍ରତିଶତ ଅଧିକ ବର୍ଷା ହୋଇ ସାରିଛି। ସେ ଚେତାବନୀ ଦେଇଛନ୍ତି ଯେ, ଏହି ମାସ ଆହୁରି ଅଧିକ ତୀବ୍ର ପାଗର ସମ୍ଭାବନା ରହିଛି। ପ୍ରଦେଶ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମହାନିର୍ଦ୍ଦେଶକ ଅସଫନ୍ଦଆର ଖାନ ଖଟ୍ଟକ କହିଛନ୍ତି ଯେ, ଦୁନିଆରେ ଏମିତି କୌଣସି ପୂର୍ବାନୁମାନ ପ୍ରଣାଳୀ ନାହିଁ ,ଯାହା ବାଦଲଫାଟିବାର ସଠିକ୍‌ ସମୟ ଓ ସ୍ଥାନର ଭବିଷ୍ୟବାଣୀ କରି ପାରିବ।

Scroll to Top