ଭଦ୍ରକ ସାଇକେଲିଂ ଆସୋସିଏସନ୍ ଖେଳାଳିଙ୍କ ସଫଳତା, ଭିନ୍ନ ଭିନ୍ନ ଇଭେଣ୍ଟରେ ଆଣିଲେ ୫ଟି ମେଡାଲ
Published By: Kirti – Prameya-News7 Bureau | October 22, 2025 09:44 AM
NEWS7
ଭଦ୍ରକ ୨୨।୧୦ : ଭଦ୍ରକ ଜିଲ୍ଲା ସାଇକେଲିଂ ଆସୋସିଏସନ୍ ଖେଳାଳିଙ୍କ ସଫଳତା । ଭିନ୍ନ ଭିନ୍ନ ଇଭେଣ୍ଟରେ ହାସଲ କରିଛନ୍ତି ୫ଟି ମେଡାଲ । ରାଜ୍ୟସ୍ତରୀୟ ଟ୍ରାକ ସାଇକେଲିଂରେ ଭଦ୍ରକ ଜିଲ୍ଲାକୁ ଏହି ସଫଳତା ମିଳିଛି।
୧୬ ତମ ରାଜ୍ୟସ୍ତରୀୟ ଟ୍ରାକ ସାଇକେଲିଂ ଚମ୍ପିଆନସିପଟି ଭୁବନେଶ୍ୱର ସ୍ଥିତ ମୀନତି ମହାପାତ୍ର ଭେଲଡ୍ରମରେ ଅକ୍ଟୋବର ମାସରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲାର ଖେଳାଳିମାନଙ୍କୁ ସଂଗ୍ରାମୀ ଦେବୀବତ୍ତ ନାୟକ ଓ ସୁବାଷ ଗୋଚ୍ଛାୟତଙ୍କ ନେତୃତ୍ୱରେ ଭାଗ ନେଇଥିବା ବେଳେ ୧୪ ବର୍ଷରୁ କମ୍ ବର୍ଗରେ ହର୍ଷିତ ନାୟକ ୫୦୦ ଓ ଏକ ହଜାର ମିଟରରେ ଗୋଲ୍ଡ ଓ ବ୍ରୋଞ୍ଚ ମେଡାଲ ପାଇଥିବା ବେଳେ ବାଳିକା ବିଭାଗରେ ସସ୍ମିତା ପଣ୍ଡା ଦୁଇଟି ଇଭେଣ୍ଟରେ ଗୋଲ୍ଡ ମେଡାଲ, ୧୬ ବର୍ଷରୁ କମ ବାଳକ ବର୍ଗରେ ସତ୍ୟଜିତ ଗୋଚ୍ଛାୟତ ୨ଟି ଇଭେଣ୍ଟରେ ସିଲଭର ମେଡାଲ, ଅନୁସୟା ନନ୍ଦୀ ବ୍ରୋଞ୍ଚ, ସଚିନ ଜେନା ଇଭେଣ୍ଟରେ ଗୋଲ୍ଡ ପଦକ ହାସଲ କରିଛନ୍ତି । ଏହି ସଫଳତା ନିମନ୍ତେ ଭଦ୍ରକ ଜିଲ୍ଲା ଆଥଲେଟିକ ଆସୋସିଏସନର ସଂପାଦକ ଧିରେନ ପଲାଇ ଓ ସଂଗ୍ରାମୀ ଦେବୀଦତ୍ତ ନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଶୁଭକାମନା କରିଛନ୍ତି ।




