ଝିଅ ଜନ୍ମ ପରେ ଏକାଠି ଦୀପାବଳି ପାଳିଲେ ସିଦ୍ଧାର୍ଥ-କିଆରା, ସେୟାର କଲେ ସୁନ୍ଦର ଭିଡିଓ
Published By: Simran – Prameya-News7 Bureau | October 22, 2025 09:21 AM
NEWS7
ମୁମ୍ଵାଇ ୨୨।୧୦; ବଲିଉଡର ଚର୍ଚ୍ଚିତ ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ। ତାଙ୍କ ପାଇଁ ଏହି ଦୀପାବଳି ଖୁବ୍ ନିଆରା ରହିଛି । କାହିଁକି ନା ସେମାନଙ୍କର ଝିଅ ଜନ୍ମ ହେବା ପରେ ପ୍ରଥମ ଦୀପାବଳି ସେମାନେ ଏକାଠି ପାଳନ କରିଛନ୍ତି । ଯାହାର ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।
କିଆରା ଆଡଭାନୀ ତାଙ୍କ ସ୍ବାମୀଙ୍କ ସହ ଦୀପାବଳି ପାଳନ କରୁଥିବା ନେଇ ଏକ ଭିଡିଓ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁ ଭିଡିଓରେ କିଆରାଙ୍କୁ ହଳଦି ରଙ୍ଗର ଅନାରକଲି ସୁଟ୍ ସହିତ ହଳଦି ଏବଂ ହାଲକା ଗୋଲାପି ରଙ୍ଗର ଦୁପଟାରେ ନଜର ଆସିଛନ୍ତି । ଏଥି ସହିତ କିଆରାଙ୍କୁ ଖୋଲା ଚୁଟି, ମଥାରେ ଛୋଟ ଲାଲ୍ ବିନ୍ଦି ସହିତ ଲାଇଟ୍ ମେକଅପରେ ଦେଖିବାକୁ ମିଳିଛନ୍ତି। ସେହିପରି ସିଦ୍ଧାର୍ଥଙ୍କୁ ମଧ୍ୟ ଏକ ହଳଦିଆ ରଙ୍ଗର କୁର୍ତ୍ତା ସହିତ ହ୍ବାଇଟ୍ ପାଇଜାମା ପିନ୍ଧି ଦୁହେଁ ସେମାନଙ୍କ ଲୁକ୍ କମ୍ପଲିଟ୍ କରିଥିଲେ । ଭିଡିଓରେ ଦୁହେଁ ଖୁବ୍ ଖୁସି ଥିବାର ନଜର ଆସିଥିଲେ ।
ଏହା ବ୍ୟତୀତ ଦୀପାବଳିର ଫଟୋ ସେୟାର କରିବା ସହିତ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି କିଆରା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସେମାନଙ୍କ ଝିଅ ହେବା ପରଠାରୁ ସୋସିଆଲ ମିଡିଆରେ ଖୁବ୍ କମ୍ ଆକ୍ଟିଭ୍ ଅଛନ୍ତି । କିନ୍ତୁ ଏବେ ସେମାନଙ୍କର ଛୋଟ ଝଲକ ଦେଖି ସେମାନଙ୍କ ଫ୍ୟାନ୍ସଙ୍କୁ ଖୁସି ଦେଇଛି ।




