ବୁଲେଟ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଘଟଣାସ୍ଥଳରେ ମାମୁଁ-ଭଣଜାଙ୍କ ମୃତ୍ୟୁ
Published By : Prameya-News7 Bureau | August 08, 2025 IST

ବୌଦ୍ଧ ୮।୮: ବୁଲେଟ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଦୁଇ ବୁଲେଟ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଗଜରାଜପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ୫୭ ନମ୍ବର ଜାତୀୟ ରାଜପଥ ବାଉଁଶୁଣି ଥାନା ଗଜରାଜପୁର ନିକଟରେ ଦୁର୍ଘଟଣା । ବୁଲେଟ୍କୁ ଧକ୍କା ଦେଲା ‘ରଘୁନାଥ’ ନାମକ ଯାତ୍ରୀବାହୀ ବସ୍ । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଦୁଇ ବୁଲେଟ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ସମ୍ପର୍କରେ ମାମୁଁ ଓ ଭଣଜା ହୋଇଥିବା ସୂଚନା ମିଳିଛି । ତେବେ ବସ୍ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଯାତ୍ରୀବାହୀ ବସ୍ଟି ଭୁବନେଶ୍ୱରରୁ ଉମରକୋଟ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।
You Can Read:
ପୋଲିସ ପରିଚୟ ଦେଲେ, ସୁନାଗହଣା ନେଇ ଛୁ ମାରିଲେ : ଥାନାରେ ଏତଲା ପରେ ଛାନଭିନ୍
ସମ୍ବନ୍ଧିତ ଖବର







