ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ୯ ଜିଲ୍ଲାରେ ତାର, ଟ୍ରାନ୍ସଫର୍ମର, ଇଲେକ୍ଟ୍ରିକ୍ ଖୁଣ୍ଟ ମହଜୁଦ
Published By: Ruby – Prameya-News7 Bureau | October 28, 2025 12:50 PM
NEWS7
ଭୁବନେଶ୍ବର ୨୮।୧୦: ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କହିଛନ୍ତି । ସେ କହିଛନ୍ତି, ଶକ୍ତି ବିଭାଗ ତରଫରୁ ଇଲେକ୍ଟ୍ରିକ୍ ଖୁଣ୍ଟ ଭାଙ୍ଗିଲେ ତୁରନ୍ତ ସଜାଡିବା ପାଇଁ ବ୍ୟବସ୍ଥା ହୋଇଛି । ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ୯ ଜିଲ୍ଲାରେ ତାର, ଟ୍ରାନ୍ସଫର୍ମର, ଇଲେକ୍ଟ୍ରିକ୍ ଖୁଣ୍ଟ ମହଜୁଦ କରି ରଖାଯାଇଛି । ବାତ୍ୟା ଟଳିବାର ୪୮ ଘଣ୍ଟା ମଧରେ ଇଲେକ୍ଟ୍ରିକ୍ ରିଷ୍ଟୋର କରାଯିବ ।
ବର୍ତ୍ତମାନ ଅମଳ ସମୟ ଥିବାରୁ ବର୍ଷା ହେଲେ ଧାନ ନଷ୍ଟ ହେବାର ସମ୍ଭାବନା ରହିଛି । ଜିଲ୍ଲାପାଳଙ୍କୁ ତୁରନ୍ତ ରିପୋର୍ଟ ଦେବା ପାଇଁ କୁହାଯାଇଛି । ଦାନା ସମୟରେ ୭ ଦିନ ଭିତରେ ଟଙ୍କା ଦିଆଯାଇଥିଲା । ଏବେ ମଧ୍ୟ ସେହି ଢଙ୍ଗରେ କ୍ଷତିପୂରଣ ଦିଆଯିବ ବୋଲି କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ।




