ପୁରୀ ୨୮।୧୦: ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ । ପୁଣି ଡ୍ରେସ୍ରେ ମହାପ୍ରଭୁଙ୍କ ଫଟୋ ଚିତ୍ର । କିଛି ଦିନ ତଳେ ଶାଢ଼ି-ବ୍ଲାଉଜରେ ତିନି ଠାକୁରଙ୍କ ଚିତ୍ର କରାଯାଇ ମହାପ୍ରଭୁଙ୍କୁ ଅପମାନ କରାଯାଇଥିବା ଦେଖିବାକୁ ମିଳିଥିଲା । ଏବେ ପୁଣି ଏକ ୱବସାଇଟରେ ବିଭିନ୍ନ ଡ୍ରେସ୍ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ରହିଥିବା ଦେଖିବାକୁ ମିଳିଛି । ଯାହା ସେବାୟତ, ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି ।
‘ସମ୍ୱଳିକା’ ନାମକ ଏକ ପେଜ୍ରେ ଏଭଳି ଡ୍ରେସରେ ମହାପ୍ରଭୁଙ୍କ ଚିତ୍ର ରହିଥିବା ଦେଖିବାକୁ ମିଳିଛି । ସମ୍ବଲପୁର ମୋଦୀପଡାରେ ଏହାର ଏକ ଷ୍ଟୋର୍ ଥିବା ମଧ୍ୟ ଦେଖିବାକୁ ମିଳିଛି । ଏଭଳି କାର୍ଯ୍ୟ କରୁଥିବା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି ।
କିଛି ଦିନ ତଳେ ଶାଢ଼ି ଓ ବ୍ଲାଉଜରେ ତିନି ଠାକୁରଙ୍କ ଚିତ୍ର ଦେଖିବାକୁ ମିଳିଥିଲା । ଶାଢ଼ି ଓ ବ୍ଲାଉଜରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତ୍ର ଥିବା ଦେଖିବାକୁ ମିଳିଥିଲା । ଜଣେ ମହିଳା ଏହାକୁ ପରିଧାନ କରି ନିଜ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ଅପଲୋଡ଼ କରିଥିଲେ । ଯାହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥିଲା । ସାୟନ୍ତୀ ଘୋଷ୍ ଡିଜାଇନର ଷ୍ଟୁଡିଓ ନାମକ ଏକ ଆଇଡିରେ ଏହା ଅପଲୋଡ ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଫଟୋ ଚିତ୍ରକୁ ଜଣେ ମହିଳା ଶାଢ଼ିରେ ପରିଧାନ କରିବା ନେଇ ବିଜ୍ଞାପନ ରହିଥିଲା । ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା । ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ସୋସିଆଲ ମିଡିଆରୁ ଏହାକୁ ହଟାଇବାକୁ ଦାବି କରିଥିଲେ ଜଗନ୍ନାଥ ପ୍ରେମୀ ଓ ଆଇନଜୀବୀ




