ବନ୍ଧୁ ସାଜିଲା ବଇରୀ, ସାଙ୍ଗକୁ ମାରି ରେଳ ଧାରଣାରେ ଦେଲା ଫିଙ୍ଗି

ବନ୍ଧୁ-ସାଜିଲା-ବଇରୀ,-ସାଙ୍ଗକୁ-ମାରି-ରେଳ-ଧାରଣାରେ-ଦେଲା-ଫିଙ୍ଗି

ବନ୍ଧୁ ସାଜିଲା ବଇରୀ, ସାଙ୍ଗକୁ ମାରି ରେଳ ଧାରଣାରେ ଦେଲା ଫିଙ୍ଗି

Published By: Kirti – Prameya-News7 Bureau | November 18, 2025 10:52 AM

NEWS7

bansada police station

ଚାନ୍ଦବାଲି ୧୮।୧୧ : ସାଙ୍ଗ ସାଜିଲା ସୈତାନ । ସାମାନ୍ୟ ବିବାଦରୁ ସାଙ୍ଗର ଜୀବନ ନେଇଗଲା ସାଙ୍ଗ । ଏହାପରେ ଟ୍ରେନ୍ ଲାଇନ୍ରେ ଶୁଆଇ ଦେଇ ଦୁର୍ଘଟଣାରେ ରୂପ ଦେଇଥିବାର ଅଭିଯୋଗ ଆସିଛି । ଯାହାକୁ ନେଇ ଛାନ କରୁଛି ପୋଲିସ ।

ଖବର ଅନୁଯାୟୀ, ଚଳିତ ମାସ ୭ ତାରିଖ ଦିନ ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ମାଣିପୁର ଗାଁରେ ଚଗଲା ଦାସଙ୍କ ପୁଅ ସିପୁନ ଦାସ ରାତିରେ ଖାଇ ସାରି ଶୋଇଥିଲେ । ଏହି ସମୟରେ ସେହି ଗାଁର ତାଙ୍କ ସାଙ୍ଗ ତପନ ଦାସ ଓ ଅନ୍ୟ ସହଯୋଗୀମାନେ ସିପୁନ ଦାସଙ୍କୁ ଡାକିଥିଲେ । ଏହାପରେ ଯୋଜନାବଦ୍ଧ ଭାବେ ଆକ୍ରମଣ କରିବା ସହିତ ଜୀବନରୁ ମାରିଦେଇଥିଲେ । ଏହାପରେ ମାଣିପୁର ରେଳଧାରଣାରେ ଚଳନ୍ତା ଟ୍ରେନ୍ରେ ଶୁଆଇ ଦେଇଥିଲେ । ସେପଟେ ସିପୁନଙ୍କ ହତ୍ୟା କରିଥିବାର ଅଭିଯୋଗ ଆଣିଥିଲେ ପରିବାର ଲୋକେ। ବାଂଶଡ଼ା ଥାନା ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଉ ଏବେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରି କ୍ରାଇମ୍ ସିନ ରିକ୍ରିଏସନ୍ କରିଛି ପୋଲିସ ।

Scroll to Top