ନୂଆଦିଲ୍ଲୀ: ବିବାଦୀୟ ପଶ୍ଚିମ ଫିଲିପାଇନ୍ସ ବାଜୋ ଡି ମାସିନଲକ୍ ନିକଟରେ ଚୀନର ଦୁଇଟି ଜାହାଜ ପରସ୍ପର ସହ ପିଟି ହୋଇଛନ୍ତି । ଫିଲିପାଇନ୍ସ ତଟରକ୍ଷୀ ବାହିନୀର ଜାହାଜକୁ ପିଛା କରିବା ବେଳେ ଏହି ଦୁର୍ଘଟଣା ଘଟିଛି । ଚୀନ ନୌସେନାର ଜାହାଜ ଓ ଏହାର ତଟରକ୍ଷୀ ବାହିନୀର ଜାହାଜ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଥିବା ରିପୋର୍ଟ ହୋଇଛି । ଜାହାଜ ଦୁଇଟି ପରସ୍ପର ସହ ଧକ୍କା ହେବା ସମୟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଫିଲିପାଇନ୍ସ ତଟରକ୍ଷୀ ବାହିନୀର ଜାହାଜ ମତ୍ସ୍ୟଜୀବୀଙ୍କୁ ସହାୟତା ଯୋଗାଉଥିବା ଡଙ୍ଗାଗୁଡ଼ିକୁ ସୁରକ୍ଷା ଦେଉଥିବା ବେଳେ ଏହି ଘଟଣା ଘଟିଥିଲା ।
ଫିଲିପାଇନ୍ସ ତଟରକ୍ଷୀ ବାହିନୀ (ପିସିଜି)ର ମୁଖପାତ୍ରଙ୍କ କହିବା ଅନୁସାରେ, ଚୀନର କୋଷ୍ଟ ଗାର୍ଡର ଜାହାଜ 3104 ଅତି ଆକ୍ରମଣାତ୍ମକ ଶୈଳୀରେ ବିଆରପି ସୁଲୁଆନକୁ ପିଛା କରିଥିଲା । ଏହି ସମୟରେ ପିଏଲଏ ନୌସେନାର ଯୁଦ୍ଧଜାହାଜ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଚୀନ ତଟରକ୍ଷୀ ବାହିନୀର ଜାହାଜକୁ ବ୍ୟାପକ କ୍ଷତି ପହଞ୍ଚିଥିଲା ।
⚡ Two Chinese ships collides with each other while chasing Philippines patrol boat 😅:
China coast guard patrol cutter CCG 3104 collided with People’s Liberation Army Navy Destroyer while chasing Philippines Coast Guard vessel BRP Suluan at Bajo de Masinloc.
The incident… pic.twitter.com/aGBwOKMzsy
— OSINT Updates (@OsintUpdates) August 11, 2025
ପିସିଜି ଏହି ଅଞ୍ଚଳର ଫିଲିପାଇନ୍ସ ମତ୍ସ୍ୟଜୀବୀଙ୍କ ପାଇଁ ମତ୍ସ୍ୟ ଏବଂ ଜଳଜୀବ ସମ୍ପଦ ବ୍ୟୁରୋର ଏମଭି ପାମାମାଲାକାୟା ସହିତ ବିଆରପି ଟେରେସା ମାଗବାନୁଆ ଏବଂ ବିଆରପି ସୁଲୁଆନଙ୍କୁ ନିୟୋଜିତ କରିଥିଲା । ତେବେ ଏହି ସୁରକ୍ଷା ଜାହାଜଗୁଡ଼ିକ ଚୀନ ଜାହାଜଠାରୁ ବିପଦ ସାମନା କରିଥିଲେ । ମୁହାଁମୁହିଁ ସମୟରେ ଚୀନ୍ ଜାହାଜ ଦ୍ୱାରା BRP ସୁଲୁଆନକୁ ତୋପ ଦ୍ୱାରା ଟାର୍ଗେଟ କରାଯାଇଥିଲା । ଫିଲିପାଇନ୍ସ ତଟରକ୍ଷୀ ବାହିନୀ ସଦସ୍ୟ ସେମାନଙ୍କର ନାବିକ କୌଶଳ ଯୋଗୁଁ ସଫଳତାର ସହ ଆକ୍ରମଣରୁ ରକ୍ଷା ପାଇଯାଇଥିଲେ । ଏହି ସ୍ଥିତି ସତ୍ତ୍ୱେ, ଫିଲିପାଇନ୍ସ ତଟରକ୍ଷୀ ବାହିନୀ କ୍ଷତିଗ୍ରସ୍ତ ଚୀନ ଜାହାଜକୁ ସହାୟତା ପ୍ରଦାନ କରିଥିଲା ।




