ପ୍ରଶାସନର ବଡ଼ ନିଷ୍ପତ୍ତି, ୨୦ରୁ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି !

ପ୍ରଶାସନର-ବଡ଼-ନିଷ୍ପତ୍ତି,-୨୦ରୁ-ସବୁ-ସ୍କୁଲ-ଓ-ଅଙ୍ଗନବାଡ଼ି-ଛୁଟି-!

ନବରଙ୍ଗପୁର ୧୮।୦୪ : ୨୦ରୁ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ଆଦେଶ ଯାଏଁ ଏହି ନିଷ୍ପତ୍ତି ଜାରି ରହିବ ବୋଲି ଜଣାପଡିଛି ।

​​​​​​​ଓଡ଼ିଶାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଯାହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାର ଜିଲ୍ଲାପାଳ ନିଜ ନିଜ ଅଞ୍ଚଳରେ ଥିବା ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ଶୁକ୍ରବାର ବଲାଙ୍ଗିର, ବୌଦ୍ଧ, ସୋନପୁର, କଳାହାଣ୍ଡି ଜିଲ୍ଲାରେ ଥିବା ସ୍କୁଲକୁ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ । ଆଉ ଏବେ ନବରଙ୍ଗପୁର ଜିଲ୍ଲାପାଳ ମଧ୍ୟ ଜିଲ୍ଲାର ସମସ୍ତ ଜିଲ୍ଲାକୁ ଛୁଟି ଘୋଷଣା କରିଛନ୍ତି । ନବରଙ୍ଗପୁରରେ ୨୦ରୁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି । ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଜାରି ରହିବ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ଘୋଷଣା ।

Also Read:-ହାଏରେ ଏ ପ୍ରେମ, କି ବାୟା କଲା… ୪୦ ବର୍ଷୀୟ ‘ଆଣ୍ଟି’ଙ୍କୁ ନେଇ ୨୦ ବର୍ଷର ଯୁବକ ଫେରାର

ସୂଚନାଯୋଗ୍ୟ ଯେ, ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୧୮ ତାରିଖରେ ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ। ବଲାଙ୍ଗୀର, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୪ ଡିଗ୍ରୀ, ସୋନପୁର, ନୂଆପଡ଼ା, ବୌଦ୍ଧ ଓ ବରଗଡ଼ରେ ୪୩ ଡିଗ୍ରୀ ରହିପାରେ। ୧୯ ତାରିଖରେ ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ନୂଆପଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁପାରେ। ବଲାଙ୍ଗୀର, ଭବାନୀପାଟଣା, ସୁନ୍ଦରଗଡ଼ରେ ୪୪ ଡିଗ୍ରୀ ରହିପାରେ। ବୌଦ୍ଧ, ସୋନପୁର, ବରଗଡ଼ ଓ ବୌଦ୍ଧରେ ୪୩ ଡିଗ୍ରୀ ରହିବା ଆଶଙ୍କା ଅଛି। ୨୦ ଓ ୨୧ ତାରିଖରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୩ରୁ ୪୫ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Scroll to Top