ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜେଇ ମେନ୍ ୨୦୨୬ର ସେସନ୍-୧ ଫଳାଫଳ ପ୍ରକାଶ କରିଛି । ଚଳିତ ବର୍ଷ JEE ମେନ୍ ପରୀକ୍ଷାରେ ମୋଟ ୧୨ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର କରିଛନ୍ତି । ରାଜସ୍ଥାନରେ ସର୍ବାଧିକ ଟପର୍ ଅଛନ୍ତି । ତେବେ ବଡ଼ କଥା ହେଉଛି ଚଳିତ ଥର ତାଲିକାରେ କୌଣସି ଝିଅ ନାହାନ୍ତି । ଶ୍ରେୟସ ମିଶ୍ରା (ଦିଲ୍ଲୀ), ନରେନ୍ଦ୍ର ବାବୁ (ଆନ୍ଧ୍ର ପ୍ରଦେଶ), ଶୁଭମ କୁମାର (ବିହାର), କବୀର ଛିଲ୍ଲର (ରାଜସ୍ଥାନ), ଚିରଞ୍ଜୀବ କର (ରାଜସ୍ଥାନ), ଭବେଶ ପାତ୍ର (ଓଡ଼ିଶା) ପରୀକ୍ଷାରେ ଟପ୍ପର ହୋଇଛନ୍ତି।
ଶ୍ରେୟାସ ମିଶ୍ରା – ଦିଲ୍ଲୀ
ନରେନ୍ଦ୍ର ବାବୁ – ଆନ୍ଧ୍ରପ୍ରଦେଶ
ଶୁଭମ୍ କୁମାର – ବିହାର
କବୀର ଛିଲ୍ଲର – ରାଜସ୍ଥାନ
ଚିରଞ୍ଜୀବ କର – ରାଜସ୍ଥାନ
ଭବେଶ ପାତ୍ର- ଓଡ଼ିଶା
ଅନୟ ଜୈନ- ହରିୟାଣା
ଅର୍ଣ୍ଣବ ଗୌତମ – ରାଜସ୍ଥାନ
ପାସଲା ମୋହିତ – ଆନ୍ଧ୍ର ପ୍ରଦେଶ
ମାଧବ ବିରାଦିଆ-ମହାରାଷ୍ଟ୍ର
ପୁରୋହିତ ନିୟମ-ଗୁଜରାଟ
ଭିଭାନ ଶରଦ ମାହେଶ୍ୱରୀ-ତେଲଙ୍ଗାନା
ମହିଳା ଟପ୍ପରମାନଙ୍କ ମଧ୍ୟରେ ହରିୟାଣାର ଆଶି ଗ୍ରେୱାଲ ୯୯.୯୯୬୯୭୬୬ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନରେ ରହିଛନ୍ତି । ୧୩.୫୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ ଏବଂ ୧୩.୦୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିରୁ ୮,୫୫,୦୮୫ ପୁରୁଷ ଏବଂ ୪,୪୯,୫୬୮ ମହିଳା ଥିଲେ । ସାଧାରଣ ବର୍ଗରେ ୨,୯୫,୦୭୮ ପୁରୁଷ ପରୀକ୍ଷା ଦେଇଥିଲେ, ମହିଳା ୧,୫୭,୭୪୭ ମହିଳା ଅଂଶଗ୍ରହଣ କରିଥିଲେ ।




