ପୋଲିସ ପରିଚୟ ଦେଲେ, ସୁନାଗହଣା ନେଇ ଛୁ ମାରିଲେ : ଥାନାରେ ଏତଲା ପରେ ଛାନଭିନ୍

ପୋଲିସ-ପରିଚୟ-ଦେଲେ,-ସୁନାଗହଣା-ନେଇ-ଛୁ-ମାରିଲେ-:-ଥାନାରେ-ଏତଲା-ପରେ-ଛାନଭିନ୍

ଅନୁଗୋଳ ୮।୮: ପୋଲିସ ବେଶରେ ଲୁଟେରା । ପୋଲିସ ପରିଚୟ ଦେଲେ ଆଉ ସୁନାଗହଣା ନେଇ ଫେରାର ହୋଇଗଲେ । ଏଭଳି ଘଟଣା ଅନୁଗୋଳ ସହରରେ ଦେଖିବକୁ ମିଳିଛି । ଘଟଣା ସମ୍ପର୍କରେ ପୋଲିସରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କ୍ଷୀରୋଦ ପ୍ରଧାନ ନାମକ ଜଣେ ବ୍ୟକ୍ତି ବେକରେ ଚେନ୍ ଆଉ ହାତରେ ମେଞ୍ଚାଏ ସୁନା ମୁଦି ପିନ୍ଧି ସହର ଆଡୁ ନିଜ ଘର ହୁଲୁରିସିଂହାକୁ ଯାଉଥିଲେ । ଦିବ୍ୟଜ୍ୟୋତି ହଲ୍ ଛକ ନିକଟରେ ହଠାତ ଦୁଇ ଜଣ ବ୍ୟକ୍ତି ଆସି ତାଙ୍କୁ ଅଟକାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମାଟିଆ ପୋଷାକ ପିନ୍ଧିଥିବା ବେଳେ ନିଜକୁ ପୋଲିସ ପରିଚୟ ଦେଇଥିଲେ । ଆଗରେ ଡକାୟତି ହୋଇଛି, ଏଭଳି ସୁନା ଚେନ୍, ସୁନା ମୁଦି ପିନ୍ଧି ଯାଆନ୍ତୁ ନାହିଁ ବୋଲି କ୍ଷୀରୋଦକୁ କହିଥିଲେ । ପରେ ପକେଟରୁ ଏକ କାଗଜ ବାହାର କରି ସେଥିରେ ମୁଦି, ଚେନ୍ ଗୁଡ଼ାଇ ପକେଟରେ ରଖିବାକୁ କହିଥିଲେ । କ୍ଷୀରୋଦ ମଧ୍ୟ ତାଙ୍କ କଥା ମାନି ନିଜ ପକେଟରେ କାଗଜ ଗୁଡ଼ାଇ ମୁଦି ଓ ଚେନ୍ ଗାଡି ଡ଼ିକିରେ ରଖି ଘରକୁ ଯାଇଥିଲେ । 

ତେବେ ଘରେ ପହଞ୍ଚି ପକେଟରୁ କାଗଜ ଖୋଲି ଦେଖିବା ବେଳକୁ ସେଥିରେ ୪ଟି ଗୋଡି ଥିଲା । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ ।ଏହା ସେହି ଦୁଇ ଠକଙ୍କ କାମ ବୋଲି ଜାଣିବାକୁ ପାଇଥିଲେ । ଫଳରେ ଅନୁଗୋଳ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ କରୁଛି ।

You Can Read:

କାଠିଆପଡା ଛାତ୍ରୀ ପୋଡି ଘଟଣା, ଚେନ୍ନାଇରୁ ବନ୍ଧାହେଲେ ପୁରୁଷବନ୍ଧୁ

Scroll to Top