ପାକିସ୍ତାନର ସୁପ୍ରିମକୋର୍ଟରେ ସିଲିଣ୍ଡର ବିସ୍ଫୋରଣ, ୧୨ ଆହତ ; ଦୌଡ଼ି ପଳାଇରେ ବିଚାରପତି ଓ ଓକିଲ

ପାକିସ୍ତାନର-ସୁପ୍ରିମକୋର୍ଟରେ-ସିଲିଣ୍ଡର-ବିସ୍ଫୋରଣ,-୧୨-ଆହତ-;-ଦୌଡ଼ି-ପଳାଇରେ-ବିଚାରପତି-ଓ-ଓକିଲ

ପାକିସ୍ତାନର ସୁପ୍ରିମକୋର୍ଟରେ ସିଲିଣ୍ଡର ବିସ୍ଫୋରଣ, ୧୨ ଆହତ ; ଦୌଡ଼ି ପଳାଇରେ ବିଚାରପତି ଓ ଓକିଲ

Published By: Pradesh – Prameya-News7 Bureau | November 04, 2025 04:22 PM

NEWS7

Cylinder blast in Pakistan Supreme Court

ଇସଲାମାବାଦ : ପାକିସ୍ତାନର ସୁପ୍ରିମକୋର୍ଟରେ ସିଲିଣ୍ଡର ଫାଟିବା ଯୋଗୁଁ ବଡ଼ ଦୁର୍ଘଟଣା ହୋଇଛି। ମଙ୍ଗଳବାର ହଠାତ୍‌ ଗ୍ୟାସ୍‌ ସିଲିଣ୍ଡରରେ ଭୀଷଣ ବୋମା ଧମାକା ହୋଇଛି, ଯେଉଁଥିରେ ୧୨ ଜଣ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ପାକିସ୍ତାନର ଶୀର୍ଷ କୋର୍ଟର ବେସମେଣ୍ଟରେ, ଯେଉଁଠି ସେଣ୍ଟ୍ରାଲ ଏସିର ରିପାୟରିଂର କାମ ଚାଲୁ ଥିଲା।

⚡ At least 4 people were injured after an explosion in the basement of the Supreme Court of Pakistan. More details awaited pic.twitter.com/p7s4B11X0r

— OSINT Updates (@OsintUpdates) November 4, 2025

ସମା ଟିଭିର ରିପୋର୍ଟ ମୁତାବିକ ଏହି ସମୟରେ ଗ୍ୟାସ୍‌ ଲିକ୍‌ ହେବାରୁ ଧମାକା ହୋଇ ଥିଲା। ଏହି ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ, ପୂରା ବିଲ୍ଡିଂଟି ଦୋହଲି ଗଲା ଏବଂ ଘଟଣା ସ୍ଥଳରୁ ବିଚାରପତି, ଓକିଲ ଓ ଅନେକ ମହକିଲ ଦୌଡ଼ି ପଳାଉ ଥିବାର ନଜର ଆସି ଥିଲେ। ଏହି ବିସ୍ଫୋରଣ ଯୋଗୁଁ ସୁପ୍ରିମକୋର୍ଟରେ ଥିବା ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଥିଲା ଯେ, ବାସ୍ତବିକ ଏହା କେଉଁ ବିସ୍ଫୋରଣ ବୋଲି ସମସ୍ତେ ଭାବୁ ଥିଲେ।

Scroll to Top