ପଦାରେ ପଡ଼ିଲା ବାବାଙ୍କ ଯୌନ କେଳେଙ୍କାରୀ : ଫେରାର ବେଳେ କାବୁକଲେ ଗ୍ରାମବାସୀ, ଗିରଫ କଲା ପୋଲିସ

ପଦାରେ-ପଡ଼ିଲା-ବାବାଙ୍କ-ଯୌନ-କେଳେଙ୍କାରୀ-:-ଫେରାର-ବେଳେ-କାବୁକଲେ-ଗ୍ରାମବାସୀ,-ଗିରଫ-କଲା-ପୋଲିସ

ପଦାରେ ପଡ଼ିଲା ବାବାଙ୍କ ଯୌନ କେଳେଙ୍କାରୀ : ଫେରାର ବେଳେ କାବୁକଲେ ଗ୍ରାମବାସୀ, ଗିରଫ କଲା ପୋଲିସ

Published By : Prameya-News7 Bureau | August 16, 2025 IST

ଢେଙ୍କାନାଳ ୧୬।୮: ଯୌନ କେଳେଙ୍କାରୀରେ ସମ୍ପୃକ୍ତି ଅଭିଯୋଗରେ ବାବା ମଧୁମଙ୍ଗଳ ଦାସ ଗିରଫ । ମଠରେ ଠାକୁରଙ୍କ ସେବା କରିବା ଆଳରେ ଜଣେ ବିବାହିତା ମହିଳାଙ୍କୁ ଆଣି ଯୌନ ନିର୍ଯାତନା ଦେବା ଘଟଣାରେ ଢେଙ୍କାନାଳ ଜିଲ୍ଲା ମଠକରଗୋଳା ସ୍ଥିତ ମୁରଲୀ ମନହୋର ନାମ ମଠ ଏବେ ଚର୍ଚ୍ଚାକୁ ଆସିଛି । ପୀଡିତା ମହିଳାଙ୍କ ଅଭିଯୋଗ ପରେ ବାବା ଫେରାର ହୋଇଯାଇଥିଲେ । ମାତ୍ର ମଠକରଗୋଳା ଗ୍ରାମବାସୀ ବାବାଙ୍କୁ କାବୁକରି ପୋଲିସର ଜିମା ଦେବା ପରେ  ଯୌନ କେଳେଙ୍କାରୀ ସମୃକ୍ତିରେ ପାଖଣ୍ଡି ବାବା ମଧୁମଙ୍ଗଳ ଦାସକୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ଶୁକ୍ରବାର ଠାରୁ କାମାକ୍ଷାନଗର ପୋଲିସ ବାବା ଚଳାଇଥିବା ଗୋବିନ୍ଦ ଭୋଜନାଳୟ ନାମକ ଏକ ହୋଟେଲ ଓ ମଠକରଗୋଳା ଗ୍ରାମରେ ଥିବା ବବର ମଠ ଉପରେ ଚଢ଼ାଉ କରିଛି । ଫୋରେନସିକ୍ ଟିମ୍ ସହିତ ପୋଲିସ ମଠରେ ଛାନଭିନ ଆରମ୍ଭ କରିଛି । ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିବା ବେଳେ ବାବାଙ୍କୁ ପୋଲିସ ଶନିବାର କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି । 

ଉଲ୍ଲେଖଯୋଗ୍ୟ ଯେ, ଜଣେ ବିବାହିତା ମହିଳାଙ୍କୁ ଠାକୁର ନୀତିକାନ୍ତି କରିବା ଆଳରେ ମଠରେ ରଖି ତାଙ୍କ ସହ ଜୋରଜବରଦସ୍ତ ଏହି ଭଣ୍ଡ ବାବା ଯୌନସମ୍ପର୍କ ରଖିଥିଲେ । ମହିଳା ଜଣଙ୍କ ପ୍ରତିବାଦ କରିବାରୁ ବାବା ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ ବବର ମଠରୁ ପୀଡିତା ଜଣଙ୍କ ଖସି ଆସି ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିବାରୁ କାମାକ୍ଷାନଗର ଥାନା ପୋଲିସ ମହିଳାଙ୍କୁ ଉଦ୍ଧାର କରିଥିଲା । ଏ ସମ୍ପର୍କରେ ମହିଳାଙ୍କ ଅଭିଯୋଗ ମୁତାବକ କାମାକ୍ଷାନଗର ଥାନାରେ ବାବା ମଧୁ ମଙ୍ଗଳ ଦାସ ନାମରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଏହି ମାମଲାରେ ଛାନଭିନ ଜାରି ରଖିଛି ।

You Can Read:

ବେଆଇନ କ୍ଲିନିକ୍ ଅଭିଯୋଗରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ, ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଚାଲିଛି ଯାଞ୍ଚ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top