ନ୍ୟୁୟର୍କ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ : ୩ ମୃତ, ୮ ଆହତ, ଅଭିଯୁକ୍ତ ଫେରାର
Published By : Prameya-News7 Bureau | August 18, 2025 IST

ନ୍ୟୁୟର୍କ ୧୮/୦୮: ଆମେରିକାର ନ୍ୟୁୟର୍କରେ ଗୁଳିକାଣ୍ଡ । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ମୃତକ ୩ ଜଣ ପୁରୁଷ ହୋଇଥିବା ବେଳେ ୫ ଜଣ ପୁରୁଷ ଓ ୩ ଜଣ ମହିଳା ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୋଟିଏ ରେଷ୍ଟୁରାଣ୍ଟରେ ଏହି ଗୁଳିକାଣ୍ଡ ଘଟିଛି ।
ଏକାଧିକ ବନ୍ଧୁକଧାରୀ ଗୁଳିଚାଳନା କରିଥିବାର ସୂଚନା ରହିଛି । ସେପଟେ ତେବେ ଅଭିଯୁକ୍ତମାନେ ଏବେବି ଫେରାର ଅଛନ୍ତି । ମୋଟ୍ ୩୬ ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା । ଆମେରିକାରେ ବହୁ ସମୟରେ ଗୁଳିକାଣ୍ଡ ପରି ଘଟଣା ଘଟିଆସୁଛି । ଯାହା କୁହାଯାଉଛି କି ଅପରାଧୀମାନେ ବାରମ୍ୱାର ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି । ନୀରିହ ଲୋକଙ୍କୁ ଟାର୍ଗେଟ କରି ଏପରି କାଣ୍ଡ ଘଟାଇଚାଲିଛନ୍ତି ।
ସମ୍ବନ୍ଧିତ ଖବର







