ନା ପହଞ୍ଚିଲେ ରୋଗୀ ପାଖରେ ନା ରୋଗୀଙ୍କୁ ଆଣିଲେ, ରାସ୍ତାରେ ଗାଡି ରଖି ଶୋଇପଡିଲେ ଆମ୍ବୁଲାନ୍ସ କର୍ମଚାରୀ

ନା-ପହଞ୍ଚିଲେ-ରୋଗୀ-ପାଖରେ-ନା-ରୋଗୀଙ୍କୁ-ଆଣିଲେ,-ରାସ୍ତାରେ-ଗାଡି-ରଖି-ଶୋଇପଡିଲେ-ଆମ୍ବୁଲାନ୍ସ-କର୍ମଚାରୀ

ନା ପହଞ୍ଚିଲେ ରୋଗୀ ପାଖରେ ନା ରୋଗୀଙ୍କୁ ଆଣିଲେ, ରାସ୍ତାରେ ଗାଡି ରଖି ଶୋଇପଡିଲେ ଆମ୍ବୁଲାନ୍ସ କର୍ମଚାରୀ

Published By : Prameya-News7 Bureau | August 17, 2025 IST

ଉଦଳା ୧୭।୮: ରୋଗୀ ଆଣିବାକୁ ଯାଇଥିଲେ, ହେଲେ ଅଧା ରାସ୍ତାରେ ଆମ୍ବୁଲାନ୍ସ ରଖି ଶୋଇପଡିଲେ କର୍ମଚାରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କୁଣ୍ଡାବାଇ ଅଞ୍ଚଳରେ । 

ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ହାଟପଦା ଅଞ୍ଚଳକୁ ରୋଗୀ ନେବା ନିମନ୍ତେ ଆସିଥିଲା ୧୦୮ ଆମ୍ବୁଲାନ୍ସ । ହେଲେ ଅଧା ରାସ୍ତାରେ ଗାଡି ରଖି ଗାଡି ଭିତରେ ଶୋଇପଡିଲେ କର୍ମଚାରୀ । ନା ପହଞ୍ଚିଲେ ରୋଗୀ ପାଖରେ ନା ରୋଗୀଙ୍କୁ ଆଣିଲେ । ରାସ୍ତା ପାର୍ଶ୍ଵରେ ଗାଡି ଛିଡା କରି ଗାଡି କାଚ ଉଠାଇ ଭିତରେ କର୍ମଚାରୀ ଶୋଇପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ଆମ୍ବୁଲାନ୍ସ କେଉଁ ଅଞ୍ଚଳକୁ ଏବଂ କେଉଁ ରୋଗୀଙ୍କୁ ଆଣିବାକୁ ଯାଉଥିଲେ ତାହା ଜଣାପଡି ନଥିବା ବେଳେ ଆମ୍ବୁଲାନ୍ସଟି ବାଲେଶ୍ୱର ଜିଲ୍ଲା ବରହମପୁର ଅଞ୍ଚଳର ବୋଲି ଜଣାଯାଇଛି ।

You Can Read:

ରୋଗୀ ଛାଡ଼ି ଫେରୁଥିବା ବେଳେ ଗଛରେ ପିଟିହେଲା ଆମ୍ବୁଲାନ୍ସ, କଟରରେ କାଟି ଚାଳକଙ୍କୁ ଉଦ୍ଧାର କଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top