ଧରାପଡିଗଲା ଜଙ୍ଗଲୀ ବାବୁଙ୍କ ଲାଞ୍ଚ କାରବାର : କାଠ ମାଫିଆ ଠାରୁ ଲାଞ୍ଚ ନେଲେ, ବଳକା ଟଙ୍କା ଫେରାଇଦେଲେ

ଧରାପଡିଗଲା-ଜଙ୍ଗଲୀ-ବାବୁଙ୍କ-ଲାଞ୍ଚ-କାରବାର-:-କାଠ-ମାଫିଆ-ଠାରୁ-ଲାଞ୍ଚ-ନେଲେ,-ବଳକା-ଟଙ୍କା-ଫେରାଇଦେଲେ

ଧରାପଡିଗଲା ଜଙ୍ଗଲୀ ବାବୁଙ୍କ ଲାଞ୍ଚ କାରବାର : କାଠ ମାଫିଆ ଠାରୁ ଲାଞ୍ଚ ନେଲେ, ବଳକା ଟଙ୍କା ଫେରାଇଦେଲେ

Published By : Prameya-News7 Bureau | August 17, 2025 IST

ଭଞ୍ଜନଗର ୧୭।୮: ଧରାପଡିଗଲା ଜଙ୍ଗଲୀ ବାବୁଙ୍କ ଲାଞ୍ଚ କାରବାର l କାଠ ଗାଡି ଛାଡିବା ପାଇଁ ମାଫିଆଙ୍କ ଠାରୁ ଲାଞ୍ଚ ନେଉଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅଧିକାରୀ l କାଠ ଭର୍ତ୍ତି ଗାଡି ଛାଡିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଏବେ ଅଞ୍ଚଳରେ ଭାଇରାଲ୍ ହେଉଛି । 

ବୁଗୁଡ଼ା ବନ ବିଭାଗ କାର୍ଯ୍ୟାଳୟ ପରିସର କ୍ଵାର୍ଟରରେ ଜଣେ କାଠ ମାଫିଆ ନିଜ ଗାଡି ଛାଡିବା ପାଇଁ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି l ତେବେ ସରକାର ଜଙ୍ଗଲ ବୃଦ୍ଧି ପାଇ ବିଭିନ୍ନ ଯୋଜନା କରୁଥିବା ବେଳେ ଏଠି କିନ୍ତୁ ବାବୁ ନିଜ ସ୍ୱାର୍ଥ ଲାଗି ଗଛ କାଟି ଚାଲାଣ କରିବା ପାଇଁ ମାଫିଆ ମାନଙ୍କୁ ପୁରା ସହଯୋଗ କରୁଛନ୍ତି l 

ଜଣେ ଅଧିକାରୀ କାର୍ଯ୍ୟାଳୟ ପରିସରରେ ମାଫିଆଙ୍କ ସହ ଲାଞ୍ଚ କାରବାର କରୁଥିବା ଭିଡ଼ିଓ ସାମ୍ନାକୁ ଆସିବା ପରେ ବନ ବିଭାଗର ଅସଲ ଗୁମର ଖୋଲିଯାଇଛି l ଅନ୍ୟପଟେ ଭିଡ଼ିଓ ବିଷୟରେ ସେ କିଛି ଜାଣିନଥିବା ଏବଂ କାହା ଠାରୁ ଲାଞ୍ଚ ନେଇନଥିବା କହୁଛନ୍ତି l

You Can Read:

ନା ପହଞ୍ଚିଲେ ରୋଗୀ ପାଖରେ ନା ରୋଗୀଙ୍କୁ ଆଣିଲେ, ରାସ୍ତାରେ ଗାଡି ରଖି ଶୋଇପଡିଲେ ଆମ୍ବୁଲାନ୍ସ କର୍ମଚାରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top