ନବୀନ ନିବାସରେ ପିଇସି ବୈଠକ, ନୂଆପଡ଼ା ଉପନିର୍ବାଚନ ବିଫଳତାର ହେଲା ତର୍ଜମା

ନବୀନ-ନିବାସରେ-ପିଇସି-ବୈଠକ,-ନୂଆପଡ଼ା-ଉପନିର୍ବାଚନ-ବିଫଳତାର-ହେଲା-ତର୍ଜମା

ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଛି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଏହି ସମୟରେ ଉପନିର୍ବାଚନରେ ବିଫଳତା ଉପରେ ଦଳ ତର୍ଜମା କରାଯାଇଛି।

ବୈଠକରେ ସଂତୃପ୍ତ ମିଶ୍ର, ଟୁକୁନି ସାହୁ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସୁଦାମ ମାରାଣ୍ଡି, ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ। ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମେତ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଜିର ବୈଠକରେ ଆଲୋଚନା ହୋଇଛି।

ବୈଠକ ପରେ ପ୍ରମିଳା ମଲ୍ଲିକ ସାମ୍ବାଦିକ ସହ ଆଲୋଚନା ବେଳେ ବିଜେପି ସରକାର ଉପରେ ବର୍ଷିଛନ୍ତି। ୬୩ଟି ବୁଥରେ ବିଜେଡ଼ି ଭୋଟକୁ ବିଜେପି ଜବରଦସ୍ତି ନେଇଛନ୍ତି। ଆମକୁ ଭୋଟର ଭୋଟ ଦେଲା ପରେ ସେ ଭୋଟ କୁଆଡେ ଗଲା। ତାକୁ ଦଳ ଅନୁଧ୍ୟାନ କରାଯିବ। ନବୀନ ବାବୁ ଆଜି ପିଏସି ସଦସ୍ୟଙ୍କ ସହିତ ସେ ନେଇ ଆଲୋଚନା କରିଛନ୍ତି। ତର୍ଜମା ପରେ ନିର୍ବାଚନ ଆୟୋଗଙ୍କ ପାଖକୁ ଯିବୁ। ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ବୁଥ୍ ୱାରି ତର୍ଜମା କରାଯିବ ବୋଲି ପ୍ରମିଳା କହିଛନ୍ତି।

ସୂଚନାଯୋଗ୍ୟ, ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ଜିତିଛନ୍ତି। ୨୪ ବର୍ଷ ଧରି କ୍ଷମତାସୀନ ଥିବା ବିଜେଡି ଏହି ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଆସିଛି। ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮ ହଜାର ୪୦୮ ଖଣ୍ଡ ଭୋଟ୍ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଖାତାକୁ ୪୦ ହଜାର ୧୨୧ ଭୋଟ୍ ଯାଇଥିଲା।

Scroll to Top