‘ଧୁରନ୍ଧର ୨’ ଦେଖିବା ପରେ ପାଗଳ ହେଲେ ରାମ ଗୋପାଳ ବର୍ମା: କହିଲେ, ଏହା ଆଗରେ ‘ଶୋଲେ’ ଓ ‘ମୋଗଲ-ଏ-ଆଜମ’ ଟିଭି ସିରିଏଲ୍ ଭଳି ଲାଗିବ

‘ଧୁରନ୍ଧର-୨’-ଦେଖିବା-ପରେ-ପାଗଳ-ହେଲେ-ରାମ-ଗୋପାଳ-ବର୍ମା:-କହିଲେ,-ଏହା-ଆଗରେ-‘ଶୋଲେ’-ଓ-‘ମୋଗଲ-ଏ-ଆଜମ’-ଟିଭି-ସିରିଏଲ୍-ଭଳି-ଲାଗିବ

ମୁମ୍ବାଇ: ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ତଥା ରଣବୀର ସିଂହଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଧୁରନ୍ଧର ୨’ (Dhurandhar 2) କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍ ପୂର୍ବରୁ ଏହାର ସ୍ପେଶାଲ ସ୍କ୍ରିନିଂ ଦେଖିବା ପରେ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏହାର ଜବରଦସ୍ତ ରିଭ୍ୟୁ (Review) ଦେଇଛନ୍ତି। ଏହି ଫିଲ୍ମକୁ ଏକ ନୂଆ ସିନେମାଟିକ୍ ଯୁଗର ଆରମ୍ଭ ବୋଲି ବର୍ଣ୍ଣନା କରି ସେ ବିଶ୍ୱସ୍ତରୀୟ ହଲିଉଡ୍ ନିର୍ଦ୍ଦେଶକଙ୍କୁ ମଧ୍ୟ ଏହା ଦେଖିବାକୁ ପରାମର୍ଶ ଦେଇଛନ୍ତି।

Also Read: ୨ ପିଲାର ମାଆ ହେବା ପରେ ଏବେ ଘର ସମ୍ଭାଳୁଛନ୍ତି ଦୟା ବେନ୍, ଅଭିନେତ୍ରୀଙ୍କ ଟ୍ରାନ୍ସଫର୍ମେସନ ଫଟୋ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ

ଶୋଲେଏବଂମୋଗଲ-ଏ-ଆଜମସହ କଲେ ତୁଳନା

ରାମ ଗୋପାଳ ବର୍ମା ନିଜର ସୋସିଆଲ ମିଡିଆ ଏକ୍ସ (X) ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, “ଗତକାଲି ରାତିରେ ମୁଁ ଧୁରନ୍ଧର-୨ ଦେଖିଲି। ଏହାର କାହାଣୀ, ଦର୍ଶକଙ୍କ ଉତ୍ସାହ, ସାମାଜିକ ପ୍ରଭାବ, ସିନେମାଟିକ ଗ୍ରାମାର ଏବଂ ସର୍ବୋପରି ଅଡିଓ-ଭିଜୁଆଲ୍ ଇମ୍ପାକ୍ଟ ‘ଶୋଲେ’ (Sholay) ଠାରୁ ୧୦୦ ଗୁଣ ଅଧିକ ପ୍ରଭାବଶାଳୀ।” ଏହାସହ ସେ ଦାବି କରିଛନ୍ତି ଯେ, ଏହି ଫିଲ୍ମ ସାମ୍ନାରେ ‘ମୋଗଲ-ଏ-ଆଜମ’ (Mughal-e-Azam) ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ନିର୍ମିତ ସମସ୍ତ ଶ୍ରେଷ୍ଠ ଫିଲ୍ମ କେବଳ ଏକ ‘ଟିଭି ସିରିଏଲ୍’ (TV Serial) ଭଳି ମନେ ହେବେ।

Also Read: KD Song Controversy : ନୋରାଙ୍କ ‘ସରକେ ଚୁନର’ ବିବାଦ, ସରକାରଙ୍କ ନିର୍ଦ୍ଦେଶ ପରେ ସବୁ ପ୍ଲାଟଫର୍ମରୁ ହଟିଲା ଗୀତ

ହଲିଉଡ୍ ନିର୍ଦ୍ଦେଶକଙ୍କୁ ଆହ୍ୱାନ

ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ଖୁବ୍ ପ୍ରଶଂସା କରି ରାମ ଗୋପାଳ ବର୍ମା କହିଛନ୍ତି ଯେ ଏହା ସିନେମା ଜଗତରେ ସବୁ ପୁରୁଣା ଢାଞ୍ଚାକୁ ପରିବର୍ତ୍ତନକରି ଏକ ନୂଆ ସିନେମାଟିକ୍ ଅର୍ଡରର ଜନ୍ମ ଦେଇଛି। ସେ ଲେଖିଛନ୍ତି ଯେ, “ଆଜିଠାରୁ ‘ନିର୍ଦ୍ଦେଶକ’ ଶବ୍ଦର ବନାନ ଆଦିତ୍ୟ ଧରଙ୍କ ନାମରୁ ଆରମ୍ଭ ହେବ।” ଏଥିସହିତ ସେ ଷ୍ଟିଭେନ୍ ସ୍ପିଲବର୍ଗ (Steven Spielberg) ଏବଂ ଖ୍ରୀଷ୍ଟୋଫର୍ ନୋଲାନ୍ (Christopher Nolan) ଙ୍କ ଭଳି ବିଶ୍ୱସ୍ତରୀୟ ହଲିଉଡ୍ ନିର୍ଦ୍ଦେଶକମାନଙ୍କୁ ନିଜର ସମସ୍ତ କାମ ଛାଡ଼ି ‘ଧୁରନ୍ଧର ୨’ର ‘ଫାଷ୍ଟ ଡେ ଫାଷ୍ଟ ସୋ’ (First day first show) ଦେଖିବାକୁ ପରାମର୍ଶ ଦେଇଛନ୍ତି।

Also Read: Sara Ali Khan Kedarnath: ସାରା ଅଲି ଖାନ୍‌ଙ୍କ ଚାରିଧାମ ଯାତ୍ରାକୁ ନେଇ ବିବାଦ, ମନ୍ଦିର ଅଧ୍ୟକ୍ଷ କହିଲେ ଲେଖିକି ଦିଅନ୍ତୁ ‘ମୁଁ ଜଣେ ସନାତନୀ’

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ପଡିବ କି ପ୍ରଭାବ?

ରାମ ଗୋପାଳ ବର୍ମା ଭବିଷ୍ୟବାଣୀ କରିଛନ୍ତି ଯେ ଯଦି ‘ଧୁରନ୍ଧର ୨’ ବକ୍ସ ଅଫିସରେ ୧୫୦୦ ରୁ ୨୦୦୦ କୋଟି ଟଙ୍କା ରୋଜଗାର କରେ, ତେବେ ବର୍ତ୍ତମାନ ସାଉଥ୍ ଫିଲ୍ମଗୁଡ଼ିକର ଯେଉଁ ଦବଦବା ରହିଛି ତାହା ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଯିବ।

* ସେ କହିଛନ୍ତି ଯେ ଦକ୍ଷିଣ ଭାରତୀୟ ଫିଲ୍ମଗୁଡ଼ିକ ଏବେ ବି ସେହି ପୁରୁଣା ଢାଞ୍ଚାରେ ତିଆରି ହେଉଛି, ଯେଉଁଠି ଲୋକେ ପବନରେ ଉଡି ମାରପିଟ୍ କରୁଛନ୍ତି। କିନ୍ତୁ ଏହି ଫିଲ୍ମରେ ସବୁକିଛି ବାସ୍ତବବାଦୀ (Real) ଲାଗୁଛି।

* ଦର୍ଶକମାନେ ଫିଲ୍ମର କାହାଣୀ ଏବଂ ଚରିତ୍ର ସହ ବହୁତ ଜଡ଼ିତ ଅଛନ୍ତି କାରଣ ‘ବାହୁବଳୀ’ ଭଳି ଏହାର ଉଭୟ ପାର୍ଟର ସୁଟିଂ ଏକାସାଙ୍ଗରେ ହୋଇଛି। ତେଣୁ ଏହା ପ୍ରଥମ ଭାଗ ଠାରୁ ମଧ୍ୟ ଅଧିକ ବ୍ୟବସାୟ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

After last nights watch of #Dhurandhar2 in terms of it’s sheer cumulative impact in every which way , whether on it’s expected collections , audience euphoria , social influences , cinematic grammar breaking , and above all the psychological audio visual impact , it will be a…

— Ram Gopal Varma (@RGVzoomin) March 18, 2026

Also Read: Divyanka-Vivek: ବିବାହର ୧୦ ବର୍ଷ ପରେ ପିତା-ମାତା ହେବେ ଦିବ୍ୟାଙ୍କା-ବିବେକ ! ଘରକୁ ଆସିବ କୁନି ଅତିଥି

କାଲିଠାରୁ ବଡ଼ ପରଦାରେଧୁରନ୍ଧର ୨

ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ହାଇ-ଅକ୍ଟେନ୍ ସ୍ପାଇ ଆକ୍ସନ୍ ଥ୍ରୀଲର୍ ‘ଧୁରନ୍ଧର ୨’ ଆସନ୍ତାକାଲି ପ୍ରେକ୍ଷାଳୟକୁ ଆସୁଛି ଏବଂ ଆଜିଠାରୁ ଏହାର ପେଡ୍ ପ୍ରିଭ୍ୟୁ (Paid previews) ଆରମ୍ଭ ହୋଇଯାଇଛି। ଏହି ଦ୍ୱିତୀୟ ଭାଗରେ ରଣବୀର ସିଂହ, ଆର୍. ମାଧବନ୍, ଅର୍ଜୁନ ରାମପାଲ ଏବଂ ସଞ୍ଜୟ ଦତ୍ତଙ୍କ ଭଳି ଦିଗ୍ଗଜ କଳାକାରମାନେ ନିଜର ଦମଦାର ଅଭିନୟର ଯାଦୁ ଦେଖାଇବେ।

Scroll to Top