ଦେବ ଦୀପାବଳୀ ନୀତିର ୨ୟ ଦିବସ, ଦଶରଥ-କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ହେବ ଦୀପଦାନ

ଦେବ-ଦୀପାବଳୀ-ନୀତିର-୨ୟ-ଦିବସ,-ଦଶରଥ-କୌଶଲ୍ୟାଙ୍କ-ଉଦ୍ଦେଶ୍ୟରେ-ହେବ-ଦୀପଦାନ

ଦେବ ଦୀପାବଳୀ ନୀତିର ୨ୟ ଦିବସ, ଦଶରଥ-କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ହେବ ଦୀପଦାନ

Published By: Kirti – Prameya-News7 Bureau | November 20, 2025 08:57 AM

NEWS7

puri

ପୁରୀ ୨୦।୧୧ : ଶ୍ରୀମନ୍ଦିରରେ ପବିତ୍ର ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଆଜି ହେଉଛି ଏହାର ଦ୍ବିତୀୟ ଦିବସ। ଆଜି ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁ ଦଶରଥ ଏବଂ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ସହ ଶ୍ରାଦ୍ଧ ଦେବେ। ତେଣୁ ଶ୍ରାଦ୍ଧ ବେଶରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଥିବା ବେଳେ ଭକ୍ତଙ୍କୁ ଶ୍ରାଦ୍ଧ ବେଶରେ ଦର୍ଶନ ମଧ୍ୟ ଦେବେ।

ତେବେ ଏହି ଅବସରରେ ତିନି ଠାକୁର ଶ୍ବେତ ବସ୍ତ୍ର ପରିଧାନ କରିଥାନ୍ତି। ଠାକୁରଙ୍କୁ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯାଇଥାଏ। ପୂଜାପଣ୍ଡା ସେବାୟତମାନେ ଏହି ପିଣ୍ଡଦାନ କରିଥାନ୍ତି। ବୁଧବାର ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟା ଧୂପ ନୀତି ବଢ଼ିବା ପରେ ଅଦିତି ଓ କାଶ୍ୟପଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁ ଦୀପଦାନ ସହିତ ଶ୍ରାଦ୍ଧ ପ୍ରଦାନ କରିଥିଲେ। ସେହିପରି ଶୁକ୍ରବାର ତୃତୀୟ ଦିନ ପ୍ରତିପଦା ତିଥିରେ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ ସହ ଶ୍ରାଦ୍ଧ ତର୍ପଣ କରିବେ ମହାପ୍ରଭୁ। ଅନ୍ୟପଟେ ଆଜି ଦେବଦୀପାବଳିର ଦ୍ବିତୀୟ ଦିବସରେ ଓଡ଼ିଶା ଇଣ୍ଟରନ୍ୟାସନାଲ୍ ସେଣ୍ଟର ପକ୍ଷରୁ ସନ୍ଧ୍ୟାରେ ବଡ଼ଦାଣ୍ଡରେ ଏକଲକ୍ଷ ଦୀପ ଜଳିବ। ବିଶ୍ବର କଲ୍ୟାଣ ସହ ଜଗତର ମଙ୍ଗଳ କାମନା ପାଇଁ ଏହି ଦୀପଦାନ କରାଯିବ।

Scroll to Top