ଦଣ୍ଡଯାତ୍ରା ପାଲଟିଲା ଯୁଦ୍ଧ କ୍ଷେତ୍ର : ପିଟାପିଟି ହେଲେ ଦଣ୍ଡୁଆ…ଯିଏ ଯାହାକୁ ପାରିଲା ଗୋଡେଇ ଗୋଡେଇ ମାରିଲା

ଦଣ୍ଡଯାତ୍ରା-ପାଲଟିଲା-ଯୁଦ୍ଧ-କ୍ଷେତ୍ର-:-ପିଟାପିଟି-ହେଲେ-ଦଣ୍ଡୁଆ…ଯିଏ-ଯାହାକୁ-ପାରିଲା-ଗୋଡେଇ-ଗୋଡେଇ-ମାରିଲା

ଦଣ୍ଡଯାତ୍ରା ପାଲଟିଲା ଯୁଦ୍ଧ କ୍ଷେତ୍ର : ପିଟାପିଟି ହେଲେ ଦଣ୍ଡୁଆ…ଯିଏ ଯାହାକୁ ପାରିଲା ଗୋଡେଇ ଗୋଡେଇ ମାରିଲା

ବୁଧବାର ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗ୍ରାମରେ ପଞ୍ଚୁଦଣ୍ଡ ଚାଲିଥିଲା । ଏହି ସମୟରେ ହିଞ୍ଜିଳିକାଟୁର ସାନପାର୍ଟି ଓ ପୁରୁଷୋତ୍ତମପୁର ଗୌଡପାର୍ଟିର ଦଣ୍ଡୁଆ ମୁହାଁମୁହିଁ ହୋଇଥିଲେ । ସେମାନେ ମାରପିଟ୍ ଲାଗିବା ସହ ପରସ୍ପରକୁ ଆକ୍ରମଣ କରିଥିଲେ। ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି l

Published By: Ankit M – Prameya-News7 Bureau | April 09, 2026 09:10 PM

NEWS7

danda jatra

ଆସ୍କା, ୦୯/୦୪ : ଚାଲିଛି ପ୍ରସିଦ୍ଧ ଦଣ୍ଡ ଯାତ୍ରା । ରାଜ୍ୟର ଅନେକ ଜିଲ୍ଲାରେ ଏହାକୁ ଧୁମଧାମରେ ପାଳନ କରୁଛନ୍ତି ଦଣ୍ଡୁଆ । ଗଞ୍ଜାମରେ ଏହାକୁ ଅଧିକ ଉତ୍ସାହର ସହ ପାଳନ କରାଯାଏ । କିନ୍ତୁ ଜିଲ୍ଲାର ଧରାକୋଟ୍ ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା । ଏଠାରେ ପଞ୍ଚୁଦଣ୍ଡ ଚାଲିଥିବା ସମୟରେ ଦୁଇ ଦଳର ଦଣ୍ଡୁଆ ମାରପିଟ୍ ହୋଇଛନ୍ତି । ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି l 

ରିପୋର୍ଟ ଅନୁସାରେ, ବୁଧବାର ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗ୍ରାମରେ ପଞ୍ଚୁଦଣ୍ଡ ଚାଲିଥିଲା । ଏହି ସମୟରେ ହିଞ୍ଜିଳିକାଟୁର ସାନପାର୍ଟି ଓ ପୁରୁଷୋତ୍ତମପୁର ଗୌଡପାର୍ଟିର ଦଣ୍ଡୁଆ ମୁହାଁମୁହିଁ ହୋଇଥିଲେ । ସେମାନେ ମାରପିଟ୍ ଲାଗିବା ସହ ପରସ୍ପରକୁ ଆକ୍ରମଣ କରିଥିଲେ। ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି l

Also Read :-Santrupta Mishra: ସଭାପତି ଥାଉ ଥାଉ ମୁଁ କିଏ…ଖାଲି ଅଯଥା ଚର୍ଚ୍ଚା, କୌଣସି ସତ୍ୟତା ନାହିଁ

ତେବେ କେଉଁ କାରଣକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା ସ୍ପଷ୍ଟ ହୋଇ ନାହିଁ । ଏପରିକି ଶେଷ ଖବର ସୁଧା ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି l

Scroll to Top