ତାତିଲେ ପୁଣି ମାଓବାଦୀ, ଉଡ଼ାଇଦେଲେ ମୋବାଇଲ ଟାଓ୍ୱାର

ତାତିଲେ-ପୁଣି-ମାଓବାଦୀ,-ଉଡ଼ାଇଦେଲେ-ମୋବାଇଲ-ଟାଓ୍ୱାର

ତାତିଲେ ପୁଣି ମାଓବାଦୀ, ଉଡ଼ାଇଦେଲେ ମୋବାଇଲ ଟାଓ୍ୱାର

Published By: Kirti – Prameya-News7 Bureau | October 14, 2025 10:26 AM

NEWS7

rkl

ରାଉରକେଲା ୧୪।୧୦ : ମାଓବାଦୀଙ୍କୁ ପୁଣି ହିଂସା । ମୋବାଇଲ ଟାଓ୍ୱାର ଉଡ଼ାଇଦେଲେ ମାଓବାଦୀ । ରାଉରକେଲା ସୀମାନ୍ତ ଝାଡଖଣ୍ଡ ଛୋଟା ନାଗରା ଥାନା ବାହଦାରେ ମାଓବାଦୀଙ୍କ ପକ୍ଷରୁ ଏପରି ହିଂସାକାଣ୍ଡ ଭିଆଇଥିବା ଜଣାପଡିଛି।

ଖବର ଅନୁଯାୟୀ, ଦୁଇ ଦିନ ପୂର୍ବରୁ ସୀମାନ୍ତ ଝାଡଖଣ୍ଡ ଜରେଇକେଲା ଥାନା କୋଲବଙ୍ଗୀରେ ମାଓବାଦୀମାନେ ମୋବାଇଲ ଟାଓ୍ୱାର ଉଡାଇଥିଲେ। ଆଉ ଏବେ ପୁଣି ଥରେ ମାଓବାଦୀଙ୍କ ପକ୍ଷରୁ ଆଉ ଏକ ମୋବାଇଲ ଟାଓ୍ୱାରଙ୍କୁ ଧ୍ୱଂସ କରିଦେଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଛୋଟା ନାଗରା ଥାନା ବାହଦାରେ ଥିବା ଏକ ମୋବାଇଲା ଟାଓ୍ୱାରକୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି ମାଓବାଦୀ ।  ସ୍ଥାନୀୟ ଲୋକଙ୍କ ମତରେ ୧୨ରୁ ୧୫ ସଶସ୍ତ୍ର ମାଓବାଦୀ ଗାଁକୁ ଆସିଥିଲେ । ଏହି ସମୟରେ ଗ୍ରାମବାସୀଙ୍କୁ ଘରୁ ନ ବାହାରିବାକୁ ଧମକ ଦେଇଥିଲେ । ପରେ ଗାଁରେ ଥିବା ମୋବାଇଲ ଟାଓ୍ୱାରକୁ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ । କିଛି ସମୟ ଜଳିବା ପରେ ଜୋରଦାର ବିସ୍ଫୋରଣ ହୋଇଥିଲା ।  ସେହିପରି ବିସ୍ଫୋରଣ ପରେ ମାଓବାଦୀମାନେ ଏକ ଧମକପୂର୍ଣ୍ଣ ପୋଷ୍ଟର ମଧ୍ୟ ଲଗାଇଛନ୍ତି । ଯେଉଁଥିରେ ସାଥୀଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ ବୋଲି ଦର୍ଶାଯାଇଛି । ଅନ୍ୟପଟେ ବିସ୍ଫୋରଣ ସଂପର୍କରେ ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ ।

Scroll to Top