ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣା, ୪ ଦିନ ହେଲା ମିଳୁନି ପ୍ରେମିକଙ୍କ ପତ୍ତା, ଫୋନ ବି ଆସୁଛି ବନ୍ଦ…

ଡାକ୍ତରୀ-ଛାତ୍ରୀ-ମୃତ୍ୟୁ-ଘଟଣା,-୪-ଦିନ-ହେଲା-ମିଳୁନି-ପ୍ରେମିକଙ୍କ-ପତ୍ତା,-ଫୋନ-ବି-ଆସୁଛି-ବନ୍ଦ…

ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣା, ୪ ଦିନ ହେଲା ମିଳୁନି ପ୍ରେମିକଙ୍କ ପତ୍ତା, ଫୋନ ବି ଆସୁଛି ବନ୍ଦ…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମଙ୍କ ମୃତଦେହ ମିଳିବା ଘଟଣାରେ ଏବେ ଚାଞ୍ଚଲ୍ୟକ ତଥ୍ୟ ସାମ୍ନାକୁ ଆସିଛି

Published By: Kirti – Prameya-News7 Bureau | June 07, 2026 09:26 AM

NEWS7

oas

ଭୁବନେଶ୍ୱର ୦୭।୦୬ : କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମଙ୍କ ମୃତଦେହ ମିଳିବା ଘଟଣାରେ ଏବେ ଚାଞ୍ଚଲ୍ୟକ ତଥ୍ୟ ସାମ୍ନାକୁ ଆସିଛି । ମୃତଦେହ ମିଳିବା ଖବର ୪ ତାରିଖ ସକାଳୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ OAS ତାଲିମ ନେଉଥିବା ଚନ୍ଦ୍ରିକାଙ୍କ ପ୍ରେମିକ ହଠାତ୍ କେଉଁଆଡ଼େ ପଳାଇଛନ୍ତି। ସେ ଭୁବନେଶ୍ୱରରେ ରହି ଓଏଏସ୍ ତାଲିମ ନେଉଥିଲେ। ମାମଲା ପରେ ବାରଙ୍ଗ ଥାନା ପୋଲିସ ସେହି ତାଲିମ୍ ସେଣ୍ଟର୍ କୁ ଯାଇ ଖୋଜାଖୋଜି କରିଥିଲା। ମାତ୍ର ସେଠାରୁ ପ୍ରେମିକଙ୍କୁ ନପାଇ ଖାଲିହାତରେ ଫେରିଛି। ତାଙ୍କ ଫୋନ୍ ବନ୍ଦ ରହିଛି ।

ଅନ୍ୟପଟେ ପୁଲିସ ଆଉ ଏକ ବିଷୟ ଜାଣିବାକୁ ପାଇଛି I ଓଏଏସ୍ ତାଲିମ୍ ନେଉଥିବା ଚନ୍ଦ୍ରିକାଙ୍କ ପ୍ରେମିକ ଅନ୍ୟ ଜଣେ ଝିଅର ପ୍ରେମରେ ପଡ଼ିଥିଲେ । ତେଣୁ ପ୍ରେମିକ ଚନ୍ଦ୍ରିକାଙ୍କୁ ଅଣଦେଖା କରୁଥିଲେ। ଏକାଧିକ ବାର ଚନ୍ଦ୍ରିକାଙ୍କ ରଙ୍ଗକୁ ନେଇ ତାଙ୍କୁ ଟିପ୍ପଣୀ କରିଥିଲେ। ତେଣୁ ସେ ନିଜର ବର୍ଣ୍ଣ ସଫା କରିବା ପାଇଁ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେଉଥିଲେ ।  ଏପିରିକି ଇଞ୍ଜେକସନ ମଧ୍ୟ ନେଉଥିବାର ଖବର ସାମ୍ନାକୁ ଆସିଛି ।

Also Read:-ବଢିଲା ଗ୍ୟାସ୍ ସିଲିଣ୍ଡର ଦାମ୍ : ୨୯ ଟଙ୍କା ବୃଦ୍ଧି ପାଇ ଏବେ ଏତେ ଟଙ୍କା ଦର

ସେହିପରି ଚନ୍ଦ୍ରିକାଙ୍କ ମାଆ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ତାଙ୍କ ମତରେ, ମୋ ଝିଅଙ୍କୁ ଟର୍ଚ୍ଚର କରୁଥିଲା । ସେ ଆଉ କାହା ପ୍ରେମରେ ପଡିଥିଲା । ତାପର ଠାରୁ ମୋ ଝିଅକୁ ନିର୍ଯାତନା ଦେଇଆସୁଥିଲା ।

Scroll to Top