ଗୁଳିମାଡରେ ଥରିଲା ଆମେରିକା : ଉତ୍ସବ ବେଳେ ଗର୍ଜିଲା ବନ୍ଧୁକ, ୧୨ ଗୁରୁତର
ଏଥିରେ ଅନେକ ଆହତ ହୋଇଛନ୍ତି । କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ମେୟର କହିଛନ୍ତି ଯେ, ୧୨ ଜଣଙ୍କ ଦେହରେ ଗୁଳି ବାଜିଛି । ଅନେକ ଏବେ ବିପଦ ମୁକ୍ତ ଅଛନ୍ତି । ସୋସିଆଲ ମିଡିଆରେ ସେୟାର ହୋଇଥିବା ଅନେକ ଭିଡିଓରେ ଗୁଳିମାଡର ଶବ୍ଦ ଶୁଣିବାକୁ ମିଳୁଛି । ଲୋକେ ଧାଇଁବା ସହ ପାଟି କରୁଥିବା ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଉଛି ।
Published By: Ankit M – Prameya-News7 Bureau | June 07, 2026 09:37 AM
NEWS7
ନ୍ୟୁୟର୍କ,୦୭|୦୬:ଆମେରିକାରେ ଭୟଙ୍କର ଗୁଳିକାଣ୍ଡ । ଉତ୍ସବ ଚାଲିଥିବା ବେଳେ ଆତତାୟୀର ଆକ୍ରମଣରେ ୟୁଏସର ଓହିୟୋ ଥରିଛି । ଏଠାକାର ଟୋଲେଡୋ ସହରର ଆୟୋଜିତ ଏକ କାର୍ଯ୍ୟକ୍ରମ ନିକଟରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି ।
ପୋଲିସର କହିବାନୁସାରେ, ଘଟଣାରେ ଜଣେ ନା ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଅଛି ତାହା ସ୍ପଷ୍ଟ ହୋଇନାହିଁ । ସେନେଇ ତଦନ୍ତ ଚାଲିଛି । ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟା ୩୭ରେ ଓଲଡ୍ ଓ୍ୱେଷ୍ଟ୍ ଆଣ୍ଡ୍ ଫେଷ୍ଟିଭାଲ୍ ନିକଟରେ ଗୁଳିକାଣ୍ଡର ସୂଚନା ମିଳିଥିଲା ।
ଏଥିରେ ଅନେକ ଆହତ ହୋଇଛନ୍ତି । କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ମେୟର କହିଛନ୍ତି ଯେ, ୧୨ ଜଣଙ୍କ ଦେହରେ ଗୁଳି ବାଜିଛି । ଅନେକ ଏବେ ବିପଦ ମୁକ୍ତ ଅଛନ୍ତି । ସୋସିଆଲ ମିଡିଆରେ ସେୟାର ହୋଇଥିବା ଅନେକ ଭିଡିଓରେ ଗୁଳିମାଡର ଶବ୍ଦ ଶୁଣିବାକୁ ମିଳୁଛି । ଲୋକେ ଧାଇଁବା ସହ ପାଟି କରୁଥିବା ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଉଛି ।
Also Read :- ସିଲ୍ ହେବ ଖାନ୍ ସାରଙ୍କ କୋଚିଂ ସେଣ୍ଟର : ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ପ୍ରଶାସନର ଚେତାବନୀ
ସେ ଆହୁରି କହିଛନ୍ତି ଯେ, ଗରମ ଦିନରେ ସୁରକ୍ଷିତ ସ୍ଥାନରେ ଉତ୍ସବ ମନାଇବା ଆବଶ୍ୟକ । ଆଇନ ବ୍ୟବସ୍ଥା ଉପରେ ଭରସା ରଖିବାକୁ ହେବ । ଯେଉଁମାନେ ଏଥିରେ ସାମିଲ ଅଛନ୍ତି ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।