ଝାରସୁଗୁଡ଼ାରେ ଚାଞ୍ଚଲ୍ୟ, ପତ୍ନୀଙ୍କ ମୃତଦେହ ୪ ଦିନ ରହିଲେ ସ୍ୱାମୀ !

ଝାରସୁଗୁଡ଼ାରେ-ଚାଞ୍ଚଲ୍ୟ,-ପତ୍ନୀଙ୍କ-ମୃତଦେହ-୪-ଦିନ-ରହିଲେ-ସ୍ୱାମୀ-!

ଝାରସୁଗୁଡ଼ାରେ ଚାଞ୍ଚଲ୍ୟ, ପତ୍ନୀଙ୍କ ମୃତଦେହ ୪ ଦିନ ରହିଲେ ସ୍ୱାମୀ !

Published By: Kirti – Prameya-News7 Bureau | February 21, 2026 08:05 AM

NEWS7

wine

ଝାରସୁଗୁଡ଼ା ୨୧।୦୨ : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ଚାଞ୍ଚଲ୍ୟ। ପତ୍ନୀଙ୍କ ମୃତଦେହ ସହ ୪ ଦିନ ପରେ ଉଦ୍ଧାର ହୋଇଥିବାଗୁରୁତର ସ୍ୱାମୀଙ୍କ ଡାକ୍ତରଖାନାରେ ମୃତ୍ୟୁ। ଅତ୍ୟଧିକ ମଦ୍ୟପାନ ଯୋଗୁଁ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଓରିଏଣ୍ଟ ପୋଲିସ ମାମଲାର ତଦନ୍ତ କରୁଛି। ଝାରସୁଗୁଡ଼ା ବ୍ରଜରାଜନଗର ଅଞ୍ଚଳର ହନୁମାନ ମନ୍ଦିରପଡାରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ, ମୃତ ଦମ୍ପତ୍ତି ହେଲେ ଗୋବିନ୍ଦ ଭୋଇ ଓ ପତ୍ନୀ ରୁକ୍ମିଣୀ ଭୋଇ। ଘର କବାଟ ଖୋଲୁ ନଥିବା ଓ ସେହି ଘରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ଗୋବିନ୍ଦ ଭୋଇଙ୍କ ସଂପର୍କୀୟଙ୍କୁ ଖବର ଦେଇଥିଲେ। ସେମାନେ ଆସି କବାଟ ପିଟିବାରୁ ଗୋବିନ୍ଦ କବାଟ ଖୋଲିବା ପରେ ଦେଖୁବାକୁ ମିଳିଲା ଅଭାବନୀୟ ଦୃଶ୍ୟ। ମରି ପଡ଼ିଥିଲେ ପତ୍ନୀ। ଦୁର୍ଗନ୍ଧରେ ନାକ ଫାଟି ପଡୁଥିଲା। ସଙ୍କଟାପନ୍ନ ସ୍ବାମୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ବାଟରେ ସେ ବି ଆଖି ବୁଜିଥିଲେ।

ଏ ଖବର ବି ପଢନ୍ତୁ:- ହୋଟେଲ୍ ରୁମ୍‌ରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା, ବାନ୍ଧବୀ ଥିବା ବେଳେ କେମିତି କଲେ ଆତ୍ମହତ୍ୟା ?

Scroll to Top