କଟକ- ନନ୍ଦନକାନନ ରାସ୍ତା ଜାମ୍, ଫସିଛି ହଜାର ହଜାର ଗାଡ଼ି

କଟକ-ନନ୍ଦନକାନନ-ରାସ୍ତା-ଜାମ୍,-ଫସିଛି-ହଜାର-ହଜାର-ଗାଡ଼ି

କଟକ- ନନ୍ଦନକାନନ ରାସ୍ତା ଜାମ୍, ଫସିଛି ହଜାର ହଜାର ଗାଡ଼ି

Published By: Chikun – Prameya-News7 Bureau | November 15, 2025 09:45 PM

NEWS7

Cuttack-Nandankanan road jam, thousands of vehicles stuck

ଭୁବନେଶ୍ବର: କଟକ- ନନ୍ଦନକାନନ ରାସ୍ତାରେ ପ୍ରବଳ ଟ୍ରାଫିକ୍। ଫସିଲା ହଜାର ହଜାର ଗାଡ଼ି। ଏମିତିକି ଭିଡ଼ରେ ଆମ୍ବୁଲାନ୍ସ ମଧ୍ୟ ଫସିରହିଥିବାରୁ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ବାରଙ୍ଗର ଗଣପର୍ବ କାର୍ତ୍ତିକେଶ୍ବର ଚଳିତ ମାସ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଶନିବାର ପ୍ରଥମ ଭସାଣି। ରବିବାର ଦ୍ୱିତୀୟ ଭସାଣି ହେବ। ଭସାଣି ସମୟରେ କଟକ ଭୁବନେଶ୍ୱର ରାସ୍ତା ଜାମ ହେଉଥିବାରୁ, ଚଳିତ ବର୍ଷ ଭସାଣି ଦୁଇଦିନ କରାଯାଇଛି। ଏଥିପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ଅଧିକାରୀ ମଧ୍ୟ ନିୟୋଜିତ ହୋଇଛନ୍ତି।

କିନ୍ତୁ ପ୍ରଶାସନର ଅବହେଳା ପାଇଁ ଭସାଣି ସମୟରେ ମୁଖ୍ୟ ରାସ୍ତାରେ ଗାଡ଼ିର ଲମ୍ବା ଲାଇନ ଲାଗିଥିଲା। ଏପରିକି ଆମ୍ବୁଲାନ୍ସ ମଧ୍ୟ ଫସି ରହିଥିଲା। ଲୋକମାନେ ଘଣ୍ଟା ଘଣ୍ଟା ଭିଡ଼ ଭିତରେ ଫସି ରହିଥିଲେ।

Scroll to Top