ଶୁଭମନ ଗିଲଙ୍କ ଆଘାତ କେତେ ବଡ଼, କେବେ ଫେରିବେ ମୈଦାନକୁ ? ଜାଣନ୍ତୁ କ’ଣ କହିଲା ବିସିସିଆଇ

ଶୁଭମନ-ଗିଲଙ୍କ-ଆଘାତ-କେତେ-ବଡ଼,-କେବେ-ଫେରିବେ-ମୈଦାନକୁ-?-ଜାଣନ୍ତୁ-କ’ଣ-କହିଲା-ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ଶୁଭମନ ଗିଲଙ୍କ ଆହତକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ବିସିସିଆଇ ଏକ୍ସରେ ପୋଷ୍ଟ କରିଛି ଯେ ତାଙ୍କ ଆହତ ଓ ଖେଳାବି ଉପରେ ବିସ୍ତୃତ ସୂଚନା ଦେଇଛି । ବୋର୍ଡ ଲେଖିଛି, “ଶୁଭମନ ଗିଲଙ୍କ ବେକରେ ସ୍ପାମ୍ପ ଅଛି । ବିସିସିଆଇ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖୁଛନ୍ତି । ତାଙ୍କୁ ଲାଗିଥିବା ଆଘାତ କେତେ ବଡ଼ ରହିଛି, ତାହା ଆଧାରରେ ଖେଳିବା ଉପରେ ନିଷ୍ପତ୍ତି ନିଆଯିବ ।”

— BCCI (@BCCI) November 15, 2025

ସ୍ଲଗ୍ ସୁଇପ୍ ଖେଳିବା ପାଇଁ ଚେଷ୍ଟା କରିବା ସମୟରେ ଗିଲ୍ ଆହତ ହୋଇଥିଲେ

କୋଲକାତା ଟେଷ୍ଟର ଦ୍ୱିତୀୟ ଦିନରେ, ଶୁଭମନ ଗିଲ ଦ.ଆଫ୍ରିକା ବୋଲର ସାଇମନ ହାର୍ମରଙ୍କୁ ସ୍ଲଗ୍ ସ୍ୱିପ୍ କରିବାକୁ ଚେଷ୍ଟା କରିବା ସମୟରେ ଆହତ ହୋଇଥିଲେ । ତାଙ୍କର ବେକ ସ୍କ୍ରେନ୍ ହୋଇଥିଲା, ଯାହା ଫଳରେ ତାଙ୍କୁ ରିଟାୟାର ହର୍ଟ ହେବାକୁ ପଡିଥିଲା । ଗିଲ କେବଳ ତିନୋଟି ବଲ୍ ଖେଳି ଚାରି ରନ କରିଥିଲେ ପଡ଼ିଆ ଛାଡ଼ିଥିଲେ ।

ଗିଲଙ୍କ ଆଘାତ ପରେ ପ୍ରଶଂସକମାନେ ନିରାଶ ହୋଇଥିଲେ । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ତାର ଦ୍ୱିତୀୟ ଇନିଂସରେ ୭ ୱିକେଟ୍ରେ ୯୩ ରନ୍ କରି ୬୩ ରନ୍ ଲିଡ୍ ରଖିଛି । ଦ୍ୱିତୀୟ ଇନିଂସରେ ଭାରତୀୟ ସ୍ପିନରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଜାଡେଜା ୪, କୁଲଦୀପ ଦୁଇଟି ଏବଂ ଅକ୍ଷର ପଟେଲ ଗୋଟିଏ ୱିକେଟ୍ ନେଇଥିଲେ । ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୧୮୯ ରନ୍ କରିଥିଲା ।

Scroll to Top