ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା, ଦୁଇ ଦିନିଆ ରିମାଣ୍ଡରେ ଜିତେନ ଓ ବିଜୟ
Published By : Prameya-News7 Bureau | August 11, 2025 IST

କଟକ ୧୧।୦୮ : ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା । ଆଜିଠାରୁ ଦୁଇଦିନିଆ ରିମାଣ୍ଡରେ ଆସିବେ ଜିତେନ ମହାରଣା ଓ ବିଜୟ ମିଶ୍ର । ଚାରିଦିନିଆ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଜେଏମ୍ଏଫ୍ସି-୩ କୋର୍ଟରେ ଆବେଦନ କରିଥିଲା । ହେଲେ ମାନ୍ୟବର କୋର୍ଟଙ୍କ ପକ୍ଷରୁ ଦୁଇ ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
ସୋମବାର ଓ ମଙ୍ଗଳବାର ପାଇଁ କ୍ରାଇମବାଞ୍ଚରେ ଆଣି ଓଟିଇଟି ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଖୋଳତାଡ଼ କରିବ । ଦୁଇ ଅଭିଯୁକ୍ତଙ୍କୁ ଜେଲରୁ ଆଣି ନିଜ ହେପାଜତରେ ରଖି ପଚାରଉଚରା କରିବ କ୍ରାଇମବ୍ରାଞ୍ଚ୍। ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତେନ ମହାରଣା ଓ ଶିକ୍ଷକ ନେତାଙ୍କୁ ଅଲଗା ଅଲଗା ଜେରା କରିବା ପରେ ମୁହାଁ ମୁହିଁ ଜେରା କରିବା ପାଇଁ ଯୋଜନା କରିଛି କ୍ରାଇମବ୍ରାଞ୍ଚ। ତେବେ କ୍ରାଇମବ୍ରାଞ୍ଚ୍ର ଜଣେ ବରିଷ୍ଠ ଅଧିକାରୀ ଏହି ଜେରାରେ ଉପସ୍ଥିତ ରହିବେ। ବିଶେଷ କରି ଗିରଫ ହୋଇଥିବା ବୋର୍ଡର ଉପସଭାପତି ନିହାର ମହାନ୍ତିଙ୍କର ଏହି ଲିକ୍ ପଛରେ କିଭଳି ରହିଥିଲା ହାତ , କେତେ ଟଙ୍କାର ହୋଇଥିଲା କାରବାର । ଏହି ଗୋଟିଏ ପରୀକ୍ଷା ଛଡ଼ା ଆଗରୁ ପ୍ରଶ୍ନ ପତ୍ର ଲିକ୍ ଘଟଣାରେ କିଭଳି ଉପସଭାପତିଙ୍କ ର ହାତ ଥିଲା । ସବୁ ଦିଗକୁ ନେଇ ତଦନ୍ତ ହେବ । ଉଭୟଙ୍କ ଠାରୁ ତଥ୍ୟ ହାସଲ କରି ଗିରଫ ହୋଇଥିବା ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚ୍ ରିମାଣ୍ଡରେ ଆଣିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ସମ୍ବନ୍ଧିତ ଖବର







