ନୂଆଦିଲ୍ଲୀ: ଇରାନ ଯୁଦ୍ଧକୁ ବିରୋଧ କରି ଇସ୍ତଫା ଦେବା, ଆମେରିକା ଅଧିକାରୀ ଜୋସେଫ ଓରଫ ଜୋ କେଣ୍ଟଙ୍କୁ ଭାରି ପଡ଼ିପାରେ। କାରଣ ଟ୍ରମ୍ପ ପ୍ରଶାସନ, କାଉଣ୍ଟର ଟେରରିଜିମ ଡିପାର୍ଟମେଣ୍ଟର ମୁଖ୍ୟ ରହିସାରିଥିବା ଜୋ କେଣ୍ଟଙ୍କ ବିରୋଧରେ ଯାଞ୍ଚ ଆଦେଶ ଦେଇଛନ୍ତି। କେଣ୍ଟଙ୍କ ଉପରେ ଗୁଇନ୍ଦା ସୂଚନା ଲିକ୍ କରିଥିବା ଅଭିଯୋଗ ରହିଛି। ଯାହାକୁ ଆମେରିକାରେ ଦେଶଦ୍ରୋହ କୁହାଯାଇଛି। ଯାଞ୍ଚ ପରେ ଜୋଙ୍କୁ ଗିରଫ ମଧ୍ୟ କରାଯାଇପାରେ।
ଏପଟେ ୟୁଟ୍ୟୁବର ଟର୍କର କାଲ୍ସନଙ୍କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଜୋ କେଣ୍ଟ କହିଛନ୍ତି ‘୨୦୨୫ରେ ମଧ୍ୟ ଇରାନ ପାଖରେ ପରମାଣୁ ହତିଆର ତିଆରି କରିବା ପାଇଁ ୟୁରାନିୟମ ଭଳି କୌଣସି ସମ୍ବଳ ନଥିଲା। କାରଣ ୨୦୦୪ ପରେ ଇରାନ ପରମାଣୁ ତିଆରି କରିବା ପାଇଁ କୌଣସି ବିଶେଷ ପ୍ରୟାସ କରୁନାହିଁ।’
ଜେ କେଣ୍ଟଙ୍କ ବିରୋଧରେ ଯାଞ୍ଚ ଆରମ୍ଭ
ଫକ୍ସ ନ୍ୟୁଜର ରିପୋର୍ଟ ଅନୁସାରେ, ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (FBI) ଜୋ କେଣ୍ଟଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଛନ୍ତି। ଟ୍ରମ୍ପ ପ୍ରଶାସନର ସୁପାରିଶ ପରେ ଜୋ’ଙ୍କ ବିରୋଧରେ ଯାଞ୍ଚ କରାଯାଉଛି। ଜୋ’ଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ଯୁଦ୍ଧ ଚାଲିଥିବା ସମୟରେ ଗୁଇନ୍ଦା ତଥ୍ୟ ଲିକ୍ କରିଛନ୍ତି। ଯାହା ଆମେରିକା ସୁରକ୍ଷା ଦୃଷ୍ଟିକୋଣରୁ ବେଶ ଗୁରୁତ୍ବ ବହନ କରୁଥିଲା।
ଆମେରିକାରେ ଗୁଇନ୍ଦା ସୂଚନା ଲିକ୍ କରିବା ଏକ ଗୁରୁତର ଅଭିଯୋଗ ବୋଲି ଧରାଯାଏ। ଏହାର ଅଭିଯୋଗ ବିରୋଧରେ US Espionage Act (1917) ଅନୁସାରେ କରାଯାଉଛି। ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଉଛନ୍ତି ତେବେ ତାଙ୍କୁ ୧୦-୨୦ ବର୍ଷର ଦଣ୍ଡ ହୋଇପାରେ। ଅନେକ ମାମଲାରେ ଆଜୀବନ କାରାବାସ ମଧ୍ୟ ହୋଇପାରେ।
କେଣ୍ଟ କେଉଁ ତଥ୍ୟ ଲିକ୍ କରିଥିଲେ ?
ଜୋ କେଣ୍ଟ ଇସ୍ତଫା ଦେଇ ଲେଖିଛନ୍ତି ‘‘ଏହା କହିବା ଭୁଲ ହେବ ଯେ, ଇରାନ ଉପରେ ଯଦି ଆକ୍ରମଣ ହୋଇନଥାନ୍ତା ତେବେ ସେ ଆମେରିକା ଉପରେ ଆକ୍ରମଣ କରିଥାନ୍ତା। ଇରାନ ବର୍ତ୍ତମାନ ଆମେରିକା ପାଇଁ କୌଣସି ବିପଦ ନାହିଁ। ଏ ଯୁଦ୍ଧ ଭିନ୍ନ ଆଉ ଏହି ଯୁଦ୍ଧ ସ୍ଥିତିରେ ନୈତିକତା ଆଧାରରେ ମୁଁ ଇସ୍ତଫା ଦେଉଛି।’’
ସେ ଆହୁରି ଲେଖିଛନ୍ତି ‘‘ଏହି ଯୁଦ୍ଧ ଆମେରିକାର ଯୁଦ୍ଧ ନୁହେଁ। ଏହାକୁ ଇସ୍ରାଏଲ ଏବଂ ତା’ର ପ୍ରଭାବଶାଳୀ ଲବିର ଚାପରେ ଆରମ୍ଭ କରାଯାଇଛି। ଏହାର କ୍ଷତି ଆମେରିକାକୁ ହେବ। ଏହା ସତ କହିବାର ସମୟ।’’
କେଣ୍ଟ ଏକ ସାକ୍ଷାତକାରରେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଇରାନ ୨୦୦୪ରେ ଫତଓ୍ବା ଜାରି କରିଥିଲା। ସେବେଠାରୁ ତେହେରାନ ପରମାଣୁ ହତିଆର ପ୍ରସ୍ତୁତ କରଯାଇନାହିଁ। ଇରାନ ପରମାଣୁ ହତିଆର ପ୍ରସ୍ତୁତ କରିବା ଏବଂ ଦୁନିଆ ପାଇଁ ବିପଦ ବୋଲି କହିବା ମିଥ୍ୟା ।




