ନୂଆଦିଲ୍ଲୀ ୧୯।୦୪; ହର୍ମୁଜ ପ୍ରଣାଳୀରେ ଭାରତୀୟ ତୈଳ ଟ୍ୟାଙ୍କର ଉପରେ ଇରାନୀ ନୌସେନାରେ ଗୁଳିମାଡ଼ ଏକ ନୂଆ ମୋଡ଼ ନେଇଛି । ଆକ୍ରମଣ ହୋଇଥିବା ଟ୍ୟାଙ୍କର ସାମମାର ହେରାଲ୍ଡରୁ ଏକ ଅଡ଼ିଓ ରେକର୍ଡିଂ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଅଧିକାରୀ ଇରାନୀ ନୌସେନାର ପ୍ରତିଶ୍ରୁତି ଉଲ୍ଲଂଘନ ଉପରେ ପ୍ରଶ୍ନ ଉଠାଇଥିବା ଶୁଣିବାକୁ ମିଳିଛି । ଫାୟାରିଂ ସମୟରେ ଘଟିଥିବା ବିଶୃଙ୍ଖଳାକୁ କଏଦ କରି ଗୋଟିଏ ଟ୍ୟାଙ୍କରରୁ ଏକ ବାର୍ତ୍ତା ଆସିଛି। ଅଶୋଧିତ ତୈଳ ଟ୍ୟାଙ୍କର୍ “ସରମାର ହେରାଲ୍ଡ”ରେ ଥିବା ଜଣେ କ୍ରୁ ସଦସ୍ୟ ଇରାନୀ ନୌସେନା ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବାର ଶୁଣିବାକୁ ମିଳୁଛି ।
ପ୍ରାୟ ୩୦ ସେକେଣ୍ଡର ଏହି ଅଡିଓକୁ ଜାହାଜ ଗତିବିଧି ଉପରେ ନଜର ରଖୁଥିବା ଏକ ସାମୁଦ୍ରିକ ଗୁପ୍ତଚର ସଂସ୍ଥା ଟ୍ୟାଙ୍କର୍ ଟ୍ରାକର୍ ଦ୍ୱାରା ସେୟାର କରାଯାଇଛି । ୨ଟି ଜାହାଜ ଉପରେ ଆକ୍ରମଣ- ହର୍ମୁଜ ପ୍ରଣାଳୀ ଅତିକ୍ରମ କରୁଥିବା ବେଳେ ଭାରତର ଦୁଇଟି ବାଣିଜ୍ୟିକ ଜାହାଜ ଉପରେ ଶନିବାର ଆକ୍ରମଣ ହୋଇଛି। ଇରାନର ଇସଲାମିକ ରିଭଲ୍ୟୁସନାରି ଗାର୍ଡ କର୍ପସ (ଆଇଆରଜିସି) ଦୁଇଟି ଗନବୋଟ ଯୋଗେ ଭାରତୀୟ ଟ୍ୟାଙ୍କର ନିକଟକୁ ଆସି ଗୁଳିମାଡ଼ କରିଛି । ଏହାପରେ ଟ୍ୟାଙ୍କର ଦ୍ୱୟ ହର୍ମୁଜ ଅତିକ୍ରମ କରି ନ ପାରି ପୁଣି ଫେରିଯାଇଛି । ଘଟଣାରେ ଭାରତ ପକ୍ଷରୁ ଇରାନକୁ ସମନ ଜାରି କରାଯାଇଛି ।
ଭାରତୀୟ ନୌସେନା ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ଯୋଗାଡ଼ରେ ଲାଗିପଡ଼ିଛି । ହୋର୍ମୁଜ ପ୍ରଣାଳୀରେ ଭାରତର କୌଣସି ଯୁଦ୍ଧପୋତ ନାହିଁ । କିନ୍ତୁ ଓମାନ ଉପସାଗରରେ ଭାରତୀୟ ଯୁଦ୍ଧପୋତ ମୁତୟନ ହୋଇ ରହିଛି । ହର୍ମୁଜ ପାର୍ କରୁଥିବା ଭାରତୀୟ ଜାହାଜକୁ ଏମାନେ ସୁରକ୍ଷା ଯୋଗାଇଥାନ୍ତି । ମେରିଟାଇମ୍ ତଥ୍ୟ ଅନୁସାରେ, ନିକଟରେ ୮ଟି ଟ୍ୟାଙ୍କର ଏକସଙ୍ଗେ ହର୍ମୁଜ ଅତିକ୍ରମ କରିଥିଲା । ହର୍ମୁଜ ସ୍ୱାଭାବିକ ହୋଇଥିବା ନେଇ ଏଥିରୁ ସଙ୍କେତ ମିଳିଥିଲା । କିନ୍ତୁ ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ସ୍ଥିତି ବଦଳି ଯାଇଛି ।
Also Read-Iran Mocks Donald Trump Viral Audio: ଟ୍ରମ୍ପଙ୍କୁ ‘ଇଡିଅଟ୍’ କହି ଚେତାବନୀ ଦେଲା ତେହେରାନ, ଭାଇରାଲ ହେଲା ଅଡିଓ…




