ଆନ୍ଧ୍ର ପ୍ରଦେଶରେ ବଡ଼ ଏନ୍‌କାଉଣ୍ଟର, ୬ ମାଓବାଦୀ ନିହତ

ଆନ୍ଧ୍ର-ପ୍ରଦେଶରେ-ବଡ଼-ଏନ୍‌କାଉଣ୍ଟର,-୬-ମାଓବାଦୀ-ନିହତ

ଆନ୍ଧ୍ର ପ୍ରଦେଶରେ ବଡ଼ ଏନ୍‌କାଉଣ୍ଟର, ୬ ମାଓବାଦୀ ନିହତ

Published By: Prativa – Prameya-News7 Bureau | November 18, 2025 10:49 AM

NEWS7

mao encounter

ଆନ୍ଧ୍ରପ୍ରଦେଶ ୧୮/୧୧: ଆନ୍ଧ୍ରପ୍ରଦେଶରେ ବଡ଼ ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ ଟଳିଛନ୍ତି ୬ମାଓବାଦୀ । ସକାଳୁ ସକାଳୁ ଆନ୍ଧ୍ର ପ୍ରଦେଶରେ ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଏନ୍କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି । ଆଲୁରି ସୀତାରାମ ରାଜୁ ଜିଲ୍ଲା ମେରେଡୁମୁଲିରେ ଗୁଳି ବିନିମୟ । ନିହତଙ୍କ ମଧ୍ୟରେ ଜଣେ ଟପ୍ ମାଓନେତା ଥିବା ସୂଚନା ।

— ANI (@ANI) November 18, 2025

ସୂଚନା ଥାଉକି, ଆଲୁରି ସୀତାରାମ ରାଜୁ ଜିଲ୍ଲାରେ, ମାରେଡୁମିଲ୍ଲୀରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସକାଳ ୬ ରୁ ୭ଟା ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା। ଗୁଳି ବିନିମୟରେ, ଜଣେ ଶୀର୍ଷ ମାଓ ନେତାଙ୍କ ସମେତ ୬ ଜଣ ମାଓବାଦୀ ନିହତ ହୋଇଥିଲେ । ବର୍ତ୍ତମାନ ବି ସେଠାରେ ବଡ଼ କମ୍ବିଂ ଅପରେସନ ଚାଲିଛି ବୋଲି ଡିଜିପି ହରିଶ କୁମାର ଗୁପ୍ତା । 

Scroll to Top