YRF ସହ ସମ୍ପର୍କ ଭାଙ୍ଗିଲେ ରଣବୀର ସିଂ, କାଷ୍ଟିଂ ଡାଇରେକ୍ଟର କହିଲେ-କେହି ଦୁଃଖି ନାହାଁନ୍ତି

yrf-ସହ-ସମ୍ପର୍କ-ଭାଙ୍ଗିଲେ-ରଣବୀର-ସିଂ,-କାଷ୍ଟିଂ-ଡାଇରେକ୍ଟର-କହିଲେ-କେହି-ଦୁଃଖି-ନାହାଁନ୍ତି

ନୂଆଦିଲ୍ଲୀ ୧୦।୦୮; ବଲିଉଡ୍‌ର ସିମ୍ଵା ତଥା ବାଜିରାଓ ରଣବୀର ସିଂ । ୨୦୧୦ ମସିହାରେ ରଣବୀର ତାଙ୍କର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ଅଭିନେତା ଅନୁଷ୍କା ଶର୍ମାଙ୍କ ସହ ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ ମାଧ୍ୟମରେ ଡେବ୍ୟୁ କରିଥିଲେ। ଏହା YRF ର ଫିଲ୍ମ ଥିଲା। ଯାହା ବକ୍ସ ଅଫିସରେ ଭଲ ପ୍ରତିକ୍ରିୟା ମିଳିଥିଲା। ରଣବୀରଙ୍କୁ ୟଶ ରାଜ ଫିଲ୍ମସର କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମା ଫିଲ୍ମ ଦୁନିଆକୁ ଆଣିଥିଲେ। ୧୦ ବର୍ଷରୁ ଅଧିକ ସମୟ ଧରି ଏକାଠି କାମ କରିବା ପରେ, ଏବେ ରଣବୀର ପ୍ରଡକ୍ସନ ହାଉସ ସହିତ ସମ୍ପର୍କ ଭାଙ୍ଗି ଦେଇଥିବା ନେଇ ଆଲୋଚନା ହେଉଛି।

ଏକ ସାକ୍ଷାତକାରରେ, ଶାନୁ କହିଛନ୍ତି, “କ’ଣ ରଣବୀରଙ୍କ ଯିବା ଦ୍ୱାରା YRF ମ୍ୟାନେଜମେଣ୍ଟ ଉପରେ ପ୍ରଭାବ ପଡିଲା ନା ଷ୍ଟୁଡିଓ ସହିତ ତାଙ୍କର ସମ୍ପର୍କକୁ ଖରାପ ହୋଇଗଲା। ରଣବୀର ସିଂହ ଯିବା ପରେ ମ୍ୟାନେଜମେଣ୍ଟ ଉପରେ ବିଶେଷ ପ୍ରଭାବ ପଡିନାହିଁ। ତାଙ୍କ ଯିବାରେ କେହି ଦୁଃଖି ନାହାଁନ୍ତି। ସେ ତାଙ୍କ ଜୀବନରେ ଆଗକୁ ବଢ଼ୁଛନ୍ତି। ମୁଁ ତାଙ୍କୁ ଶୁଭକାମନା ଜଣାଉଛି। ତାଙ୍କ ବିଦାୟର ପ୍ରଡକ୍ସନ ହାଉସର କୌଣସି ଅସୁବିଧା ନାହିଁ।”

ଶାନୁ ଆହୁରି କହିଛନ୍ତି,  ଜିନିଷଗୁଡ଼ିକ ଏହିପରି ଚାଲିଥାଏ ଓ ତା’ପରେ ମଳିନ ହୋଇଯାଏ। ଏହା ସେମାନଙ୍କ ବ୍ୟବସାୟର ଚକ୍ର। ସେ ମୋର ସବୁଠାରୁ ଭଲ ବନ୍ଧୁ ମଧ୍ୟ, ତେଣୁ ଏହି କ୍ଷେତ୍ରରେ କୌଣସି ସମସ୍ୟା ନାହିଁ।” ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ନିକଟରେ ରଣଭୀର ସିଂ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ “ସିଙ୍ଘମ ଅଗେନ୍”ରେ ନଜର ଆସିଥିଲେ, ଯେଉଁଥିରେ ତାଙ୍କର ଏକ ସ୍ୱତନ୍ତ୍ର କ୍ୟାମିଓ ଥିଲା। ତାଙ୍କର ପରବର୍ତ୍ତୀ ଫିଲ୍ମ ହେଉଛି “ଧୁରନ୍ଧର”। ଯାହାର ନିର୍ଦ୍ଦେଶନା ଆଦିତ୍ୟ ଧର ଦେଉଛନ୍ତି।

Scroll to Top