ମୋହିତଙ୍କୁ ତୁରନ୍ତ ଜେପିସି ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ, ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଟିବି ହସ୍ପିଟାଲକୁ ପଠାଯାଇଥିଲା।
Credit: OTV
delhi
ହୋଟେଲ ରୁମରେ ପାର୍ଟି କରୁଥିଲେ । ସାଙ୍ଗ ମାନେ ବି ଥିଲେ । କିନ୍ତୁ ହଠାତ କଣ ହେଲା, ପାର୍ଟି କରୁଥିବା ଯୁବକଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଗଲା । କାରଣ କଣ କେହି ଜାଣି ନାହାନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।
ଦିଲ୍ଲୀର ନ୍ୟୁ ଉସମାନପୁର ଅଞ୍ଚଳରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ହୋଟେଲ ରୁମରେ ଜଣେ ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଶନିବାର ରାତି ପ୍ରାୟ ୯:୩୦ ସମୟରେ ନ୍ୟୁ ଉସମାନପୁର ପୋଲିସ ଷ୍ଟେସନକୁ ସୂଚନା ମିଳିଥିଲା ଯେ ହୋଟେଲ ଫ୍ଲୋରିସର ଏକ ରୁମରେ ଜଣେ ବ୍ୟକ୍ତି ଅଚେତ ଅବସ୍ଥାରେ ପଡ଼ିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ ଯୁବକ ମୋହିତ ଗର୍ଗଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ।
ମୋହିତଙ୍କୁ ତୁରନ୍ତ ଜେପିସି ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ, ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଟିବି ହସ୍ପିଟାଲକୁ ପଠାଯାଇଥିଲା। ତଦନ୍ତରୁ ଜଣାପଡିଥିଲା ଯେ ମୃତକ ହୋଟେଲରେ ଏକ ରୁମ୍ ବୁକ୍ କରିଥିଲେ ଏବଂ ବନ୍ଧୁମାନଙ୍କ ସହିତ ପାର୍ଟି କରୁଥିଲେ। ପାର୍ଟି ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା ଏବଂ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ।
Also Read
ଘଟଣାସ୍ଥଳରୁ ଫରେନସିକ୍ ଦଳ ନମୁନା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଛି। ପୋଲିସ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି ଏବଂ ମାମଲାର ବିସ୍ତୃତ ତଦନ୍ତ କରାଯାଉଛି। ବର୍ତ୍ତମାନ ପୋଷ୍ଟମର୍ଟମ ରିପୋର୍ଟରୁ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।





