ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ହରାଇ ୨୯୮ ରନ୍ କରିଥିଲା
![]()
/odishatv-khabar/media/media_files/2025/11/03/world-cup-2025-11-03-08-28-05.jpg)
World Cup Photograph: (OTV)
ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍ । ମହିଳା ବିଶ୍ୱକପ୍- ୨୦୨୫ର ଫାଇନାଲରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୯୮ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୨୪୬ ରନରେ ଅଲଆଉଟ୍ ହୋଇଯାଇଥିଲା।
ଦୀପ୍ତି ଶର୍ମା ଚମତ୍କାର ପ୍ରଦର୍ଶନ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ ଦୀପ୍ତି ପ୍ରଥମେ ବ୍ୟାଟିଂ କରି ଗୁରୁତ୍ବପୂର୍ଣ୍ଣ ୫୮ ରନ୍ କରିଥିବା ବେଳେ ବୋଲିଂରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ୫ ୱିକେଟ୍ ନେଇ ବିପକ୍ଷ ଟିମର ବିପର୍ଯ୍ୟୟ ଘଟାଇଥିଲେ।
ଏହାସହ ୮୭ ରନ୍ ର ଇନିଂସ ଖେଳିବା ସହ ୨ଟି ୱିକେଟ ହାସଲ କରିଥିବା ଶେଫାଳି ବର୍ମାଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଓ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ୨୧୫ ରନ୍ ସଂଗ୍ରହ ସହ ୨୨ଟି ୱିକେଟ୍ ହାସଲ କରିଥିବା ଦୀପ୍ତି ଶର୍ମା ପ୍ଲେୟର ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ବିଶ୍ୱ ବିଜେତା ହୋଇଛି । ଯାହାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
• ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍
• ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍
• ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ
• ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ହରାଇ ୨୯୮ ରନ୍ କରିଥିଲା
• ଜବାବରେ ଦକ୍ଷିଣ ଆଫ୍ରିକା ୨୪୬ ରନରେ ଅଲଆଉଟ୍
• ଶେଫାଳି ବର୍ମାଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଆୱାର୍ଡ
• ୮୭ ରନ୍ କରିବା ସହ ୨ଟି ୱିକେଟ ହାସଲ କରିଥିଲେ ଶେଫାଳି
• ଦୀପ୍ତି ଶର୍ମା ପ୍ଲେୟର ଅଫ୍ ଦି ସିରିଜ୍ ବିବେଚିତ
• ଟୁର୍ଣ୍ଣାମେଣ୍ଟରେ ୨୧୫ ରନ୍ ସହ ୨୨ଟି ୱିକେଟ୍ ହାସଲ କରିଥିଲେ ଦୀପ୍ତି ଶର୍ମା
• ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ବିଶ୍ୱ ବିଜେତା
• ଭାରତର ଜିତ୍ ପରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ




