W

w

ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ସହର ଭିତରକୁ ଚାଲି ଆସିଛି ଏକ ଗଣ୍ଡା। ମଣିଷ ନିଜ ଜୀବନ ବଞ୍ଚିବାକୁ ସଂଘର୍ଷ କରୁଥିବା ବେଳେ ମଣିଷର ସାହାରା ଖୋଜୁଛି ଗଣ୍ଡା।

author-image

Westbengal

Westbengal Photograph: (OTV)

ପ୍ରକୃତିର ତାଣ୍ଡବ ଆଗରେ ସବୁ ଛାରଖାର । ଜୀବନ ଖୋଜୁଛି ମଣିଷ, ସହର ମୁହାଁ ଜଙ୍ଗଲୀ ଜନ୍ତୁ । ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ଉପୁଜିଛି । ଆଉ ସହର ଭିତରକୁ ଚାଲିଆସିଛି ଏକ ଗଣ୍ଡା । ଯେମିତି ମଣିଷର ସାହାରା ଖୋଜୁଛି । ଆଉ ସେପଟେ ଏଇ ମଣିଷ ବି ନିଜ ଜୀବନ ବଞ୍ଚିବାକୁ ସଂଘର୍ଷ କରୁଛି । NDRF ଟିମର କର୍ମଚାରୀମାନେ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଲାଗି ପଡ଼ିଛନ୍ତି ।  ଧୀରେ ଧୀରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି ।
ପ୍ରକୃତିର କରାଳ ରୂପ ଆଗରେ ସବୁ ଏଠି ଛାରଖାର ହୋଇଯାଇଛି ।  ଘରଦ୍ବାର ବୁଡ଼ି ରହିଛି, ନାହଁ ନଥିବା ହଇରାଣ ହେଉଛନ୍ତି ଲୋକେ । ପଶ୍ଚିମବଙ୍ଗ (West Bengal)ର ଦାର୍ଜିଲିଂ, ସିକିମ ଏବଂ ଭୁଟାନରେ ଲଗାଣ ବର୍ଷା ଯୋଗୁଁ ସମସ୍ତ ପାଣି ତିସ୍ତା ନଦୀରେ ମିଶି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଫଳରେ ସହରଠାରୁ ଗାଁ ସବୁ ପାଣି ପାଣି ହୋଇଛି । ଅନେକ ଡ୍ୟାମରୁ ବି ପାଣି ଛାଡ଼ିବା ଯୋଗୁଁ ସମ୍ପୂର୍ଣ୍ଣ ଅଭୟାରଣ୍ୟ ବୁଡ଼ି ଯାଇଛି । ହାତୀଠାରୁ ଆରମ୍ଭ କରି ଗଣ୍ଡା, ହରିଣ ଓ କୁଟୁରା ଗୁଡ଼ିକ ଜନବସତି ମୁହାଁ ହେଉଛନ୍ତି । କେଉଁଠି NH ଉପରେ ଗଣ୍ଡା ଚାଲୁଛି ତ ପୁଣି କେଉଁଠି ଘର ଭିତରେ ପଶିଲାଣି । 
କିଛି ଲୋକ ପାଣିରୁ ହରିଣ ଓ ହାତୀ ଛୁଆକୁ ମଧ୍ୟ ଉଦ୍ଧାର କରିଛନ୍ତି । ସେହିପରି ଜଙ୍ଗଲ ବୁଡ଼ିଯିବା ଫଳରେ ଏକ ବିରାଟ ଗଣ୍ଡାର ମୃତଦେହ ଜବତ ହୋଇଛି । ଏବେ ବି ସେଠାର ଆକାଶ ମେଘାଚ୍ଛନ୍ନ ରହି କିଛି ସ୍ଥାନରେ ହାଲୁକା ବର୍ଷା ହେଉଛି । ବର୍ତ୍ତମାନ ସୁଦ୍ଧା ପ୍ରବଳ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହେବା ସହ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ଅନେକ ଲୋକ ଏବେ ବି ଫସି ରହିଛନ୍ତି । ପର୍ଯ୍ୟଟକମାନଙ୍କୁ ବର୍ତ୍ତମାନ ପାଇଁ ହୋଟେଲ ଛାଡିବାକୁ ବାରଣ କରାଯାଇଛି ।
ପ୍ରକୃତି ପାଖରେ ମଣିଷ ନାଚାର । କେତେବେଳେ ଭୂସ୍ଖଳନ, କେତେବେଳେ ପ୍ରବଳ ବର୍ଷା । ଆଉ ପୁଣି କେତେବେଳେ ବନ୍ୟା ଯୋଗୁ ସବୁ କିଛି ଛାରଖାର ହେଉଛି । ଉତ୍ତରଖଣ୍ଡରର ଅଭୁଲା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଏବେ ଏହି ବର୍ଷାର ତାଣ୍ଡବ ପଶୁ ପକ୍ଷୀଠୁ ଆରମ୍ଭ କରି ମଣିଷ ଯାଏଁ ସମସ୍ତଙ୍କ ବଞ୍ଚିବା କଷ୍ଟସାଧ୍ୟ କରିଦେଇଛି ।

ଅଧିକ ଦେଖନ୍ତୁ:

Scroll to Top