VP Election: ସି.ପି.ରାଧାକ୍ରିଷ୍ଣନଙ୍କୁ ଭେଟିଲେ ଓଡ଼ିଆ ବିଜେପି ସାଂସଦ

vp-election:-ସିପି.ରାଧାକ୍ରିଷ୍ଣନଙ୍କୁ-ଭେଟିଲେ-ଓଡ଼ିଆ-ବିଜେପି-ସାଂସଦ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମେତ ଓଡ଼ିଶାର ବିଜେପି ସାଂସଦମାନେ ନୂଆଦିଲ୍ଲୀରେ ସି.ପି. ରାଧାକ୍ରିଷ୍ଣନଙ୍କୁ ଭେଟିଛନ୍ତି। ତାଙ୍କର ଦଶନ୍ଧି ଦଶନ୍ଧି ଧରି ଜନସେବା ଓ ଦୀର୍ଘ ଅଭିଜ୍ଞତା ଦେଶର ପ୍ରଗତିକୁ ଆହୁରି ସୁଦୃଢ଼ କରିବ ବୋଲି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ବୈଜୟନ୍ତ ପଣ୍ଡା।

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି.ରାଧାକ୍ରିଷ୍ଣନଙ୍କୁ ଭେଟିଛନ୍ତି ଓଡ଼ିଶାର ବିଜେପି ସାଂସଦ। ନୂଆଦିଲ୍ଲୀରେ ସି.ପି. ରାଧାକ୍ରିଷ୍ଣନଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମେତ ଓଡ଼ିଶାର ବିଜେପି ସାଂସଦ ମାନେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାଂସଦ ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ, ପ୍ରଦୀପ ପୁରୋହିତ, ସୁଜିତ କୁମାର, ସମ୍ବିତ ପାତ୍ର, ବିଭୁ ପ୍ରସାଦ ତରାଇ ପ୍ରମୁଖ ଓଡ଼ିଆ ସାଂସଦମାନେ NDA ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି.ରାଧାକ୍ରିଷ୍ଣନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ବାସଭବନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାଂସଦମାନେ ସି.ପି. ରାଧାକ୍ରିଷ୍ଣନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସହିତ ଆଲୋଚନା କରିଥିଲେ। ତାଙ୍କର ଦଶନ୍ଧି ଦଶନ୍ଧି ଧରି ଜନସେବା ଓ ଦୀର୍ଘ ଅଭିଜ୍ଞତା ଦେଶର ପ୍ରଗତିକୁ ଆହୁରି ସୁଦୃଢ଼ କରିବ ବୋଲି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।

Also Read

ଉଲ୍ଲେଖଯୋଗ୍ୟ, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି (ଗୁରୁବାର) ନାମାଙ୍କନ ଦାଖଲର ଶେଷ ତାରିଖ। ଗତକାଲି ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ନାମାଙ୍କନ ଦାଖଲ କରିଛନ୍ତି। ତେଣୁ ଆଜି ଶେଷ ଦିନରେ ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀ ନାମାଙ୍କନ ଦାଖଲ କରିବେ। ଏଥିପାଇଁ ଇଣ୍ଡି ମେଣ୍ଟର ସମସ୍ତ ଦଳ ନିଜ ସହମତି ପୂର୍ଣ୍ଣ ସ୍ବାକ୍ଷର ପ୍ରଦାନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ଅଖିଳେଶ ଯାଦବଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଆଜିର ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ। ସେପ୍ଟେମ୍ବର ୯ରେ ହେବ ଭୋଟିଂ। ତେବେ ସଂଖ୍ୟା ଗଣିତ ଦୃଷ୍ଟିରୁ NDA ପ୍ରାର୍ଥୀ ଉପରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ସୁବିଧା ସ୍ଥିତିରେ ଥିବା ଏକପ୍ରକାର ସ୍ପଷ୍ଟ ରହିଛି। 

ଓଟିଭି ହ୍ଵାଟ୍ସଅପ

Scroll to Top