Voting begins: ଆସାମ, କେରଳ ଓ ପୁଡ଼ୁଚେରୀରେ ମତଦାନ ଆରମ୍ଭ: ଏନ୍‌ଡିଏ ଓ ଇଣ୍ଡିଆ ମଧ୍ୟରେ କ୍ଷମତା ଲଢ଼େଇ ଜାରି

voting-begins:-ଆସାମ,-କେରଳ-ଓ-ପୁଡ଼ୁଚେରୀରେ-ମତଦାନ-ଆରମ୍ଭ:-ଏନ୍‌ଡିଏ-ଓ-ଇଣ୍ଡିଆ-ମଧ୍ୟରେ-କ୍ଷମତା-ଲଢ଼େଇ-ଜାରି

India Assembly Elections 2026: ଆସାମ, କେରଳ ଏବଂ ପୁଡୁଚେରୀରେ ହାଇ ଭୋଲ୍ଟେଜ୍ ବିଧାନସଭା ନିର୍ବାଚନରେ ମତଦାନ ଜାରି ରହିଛି। ଗୁରୁବାର ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିଲା। ଭୋଟଦାନ ସୁରୁଖୁରୁରେ ପରିଚାଳନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ୱେବକାଷ୍ଟିଂ ଏବଂ ସ୍ୱତନ୍ତ୍ର ଭୋଟର ସୁବିଧା କରାଯାଇଛି। ଲୋକେ ପୁଲିଂ ବୁଥରେ ପହଞ୍ଚି ଭୋଟ୍ ଦେବା ଜାରି ରଖିଛନ୍ତି।

ଆସାମ ଏବଂ ପୁଡୁଚେରୀରେ ଏନଡିଏ ସରକାର ଥିବା ଦଳ ପୁଣିଥରେ ନିଜ ଗଡ଼ ବଞ୍ଚାଇବାରେ ସକ୍ଷମ ହେବ ନାଁ ଇଣ୍ଡିଆ ମେଣ୍ଟ ଏଠାରେ ପ୍ରତ୍ୟାବର୍ତ୍ତନ କରିବ, ଏହି ନିର୍ବାଚନ ତା’ର ଏକ ପରୀକ୍ଷା ହେବ।

Also Read- Assam Election : ରାତି ପାହିଲେ ଭୋଟ୍, ଦଳ ଛାଡିଲେ କଂଗ୍ରେସ ପ୍ରାର୍ଥୀ : ପଠାଇଦେଲେ ଇସ୍ତଫା ପତ୍ର

ଆସାମରେ, ମୁଖ୍ୟତଃ ବିଜେପି ନେତୃତ୍ୱାଧୀନ ଏନଡିଏ(NDA) ଏବଂ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେବ। ଏନ୍ଡିଏରେ ବିଜେପି ଏବଂ ଏହାର ସହଯୋଗୀ ଦଳ ଯେପରିକି ଆସାମ ଗଣ ପରିଷଦ (AGP) ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳ ସାମିଲ ଅଛନ୍ତି। ସେମିତି ବିରୋଧୀ ମେଣ୍ଟରେ କଂଗ୍ରେସ ସହିତ ଏଆଇୟୁଡିଏଫ୍( AIUDF) ଏବଂ ରାଇଜୋର(Raijor Dal) ଭଳି କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ୁଛନ୍ତି।

ସେହିପରି କେରଳ କଥା ଯଦି ଦେଖିବା ଏଠାରେ ଦ୍ୱାପାକ୍ଷିକ ଲଢ଼େଇ ହେବ। ସିପିଆଇ(ଏମ୍) ନେତୃତ୍ୱାଧୀନ ରୁଲିଂ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଲଡିଏଫ୍) ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) ମଧ୍ୟରେ ସିଧାସଳଖ ଫାଇଟ୍ ହେବ। ଏଠାରେ ବିଜେପି ନେତୃତ୍ୱାଧୀନ ଏନଡିଏର ଏକ ଛୋଟ ଭୂମିକା ରହିଛି। ଦଳ ଏଠାରେ ଏହାର କ୍ଷମତା ବିସ୍ତାର କରିବାକୁ ଚେଷ୍ଟା ଜାରି ରଖିବ। ସେହିପରି ପୁଡୁଚେରୀରେ, ଏନ୍‌ଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ଲଢ଼େଇ ହେବ।

ଏଠାରେ ବିଜେପି ନେତୃତ୍ୱାଧୀନ ଏନଡିଏ ଅଖିଳ ଭାରତ ଏନଆର କଂଗ୍ରେସ (ଏଆଇଏନଆରସି) ଓ ଅନ୍ୟ କିଛି ସହଯୋଗୀ ଦଳଗୁଡ଼ିକୁ ସହ ମିଶି ମୁକାବିଲା କରୁଛି। ସେହିପରି କଂଗ୍ରେସ କଂଗ୍ରେସ ଓ ଡିଏମକେ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ଜୋରଦାର ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛି।

ଏହି ରାଜ୍ୟଗୁଡ଼ିକରେ ବିଧାନସଭା ନିର୍ବାଚନ ହେବା ସହିତ ଅନ୍ୟ କିଛି ରାଜ୍ୟରେ ପାଞ୍ଚ ବିଧାନସଭା ଆସନରେ ଉପନିର୍ବାଚନ ହେଉଛି। ସେଗୁଡ଼ିକ ହେଲା- ପୋଣ୍ଡା (ଗୋଆ), ବାଗଲକୋଟ ଏବଂ ଦାବନଗେରେ ଦକ୍ଷିଣ (କର୍ଣ୍ଣାଟକ), କୋରିଡାଙ୍ଗ (ନାଗାଲାଣ୍ଡ) ଏବଂ ଧର୍ମନଗର (ତ୍ରିପୁରା)। ଏହିସବୁ ଅଞ୍ଚଳଗୁଡ଼ିକରେ ଜିତିଥିବା ବିଧାୟକଙ୍କ ମୃତ୍ୟୁ ଯୋଗୁ ଶିଟ୍ ପୂରଣ ପାଇଁ ଉପନିର୍ବାଚନ ହେଉଛି।
​​​​​​​Also Read-
​​​​​​​ TMC vs EC : ମମତାଙ୍କ TMCକୁ ଇସିଙ୍କ ପରାମର୍ଶ ନା ଧମକ ? ଏକ୍ସରେ ‘ଦୋ ଟୁକ୍’ ପୋଷ୍ଟକୁ ନେଇ ତୀବ୍ର ପ୍ରତିକ୍ରିୟା, ଆଗକୁ ବାହାରିଲେ ଅଖିଲେଶ ଓ କେଜ୍ରିଓ୍ୱାଲ

​​​​​​​

Scroll to Top