ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଅଶାନ୍ତ। ଧମକ ଦେଉଛି ଆମେରିକା। ପଛକୁ ହଟୁନି ଇରାନ୍। ରାଗ ସୁଝାଇବାକୁ ଯାଇ ଇରାନ ସହଯୋଗୀ ରାଷ୍ଟ୍ର ଉପରେ ଆଟାକ୍ କରୁଛି ଇସ୍ରାଏଲ। ଲେବାନନରେ ଘନ ଘନ ମିଶାଇଲ ମାଡ଼। ଯୁଦ୍ଧକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ସୋସିଆଲ ମିଡିଆ ସେନସେସନ ତଥା ପୂର୍ବତନ ପର୍ଣ୍ଣଷ୍ଟାର ମିଆ ଖଲିଫା। ସେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ଭିଡିଓ ସେୟାର କରି ସେଠାକାର ପରିସ୍ଥିତିକୁ ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି। କଥା କହିବା ବେଳେ ମିଆ କାନ୍ଦି ପକାଇଛନ୍ତି। ଏହାକୁ ସିଧାସଳଖ ଆତଙ୍କବାଦ ସହିତ ମଧ୍ୟ ଯୋଡ଼ିଛନ୍ତି।
USA IRAN War ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ
ମିଆ ତାଙ୍କର ଅସହାୟତା ପ୍ରକାଶ କରି ଏକ ଭିଡିଓ ସେୟାର କରିଛନ୍ତି। ସେ କହିବା ସମୟରେ ବହୁତ ଭାବପ୍ରବଣ ହୋଇଯାଇଥିଲେ। କାନ୍ଦିବାକୁ ଲାଗିଲେ। ଭିଡିଓ ପୋଷ୍ଟ କରି ମିଆ କ୍ୟାପସନରେ ଲେଖିଛନ୍ତି, “ଏହା ଦୁଇଟି ଦେଶ ଦ୍ୱାରା କରାଯାଇଥିବା ଆତଙ୍କବାଦଠାରୁ କମ୍ ନୁହେଁ… ଏକ ଯୁଦ୍ଧ ଅପରାଧ। ଆମେରିକା ଏବଂ ଇସ୍ରାଏଲ ଆତଙ୍କବାଦୀ ଏବଂ ଫାସିଷ୍ଟ ରାଷ୍ଟ୍ର ଉଭୟଙ୍କ ପାଇଁ ବିଚାର ଅପେକ୍ଷା କରିଛି।
ମିଆ ଖଲିଫା ଆକ୍ରମଣର ଭୟାବହତା ବର୍ଣ୍ଣନା କରିଛନ୍ତି। କହିଛନ୍ତି ଯେ ମାତ୍ର ୧୦ ମିନିଟରେ ପ୍ରାୟ ୧୬୦ଟି ଏୟାର ଷ୍ଟ୍ରାଇକ ଆକ୍ରମଣର ରିପୋର୍ଟ ଆସିଛି। ତାଙ୍କ ଅନୁଯାୟୀ, ଏହି ଆକ୍ରମଣଗୁଡ଼ିକ କେବଳ ସାମରିକ ଘାଟି ନୁହେଁ ବରଂ ସାଧାରଣ ନାଗରିକଙ୍କ ଘର, ସ୍କୁଲ ଏବଂ ହସ୍ପିଟାଲକୁ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ କରିଛି।
also read- ଇସ୍ରାଏଲକୁ ସୈତାନ ଓ କ୍ୟାନସର କହିଥିଲେ ପାକିସ୍ତାନ ମନ୍ତ୍ରୀ, ବିରୋଧ ତେଜିବା ପରେ ଡିଲିଟ୍ ହେଲା ପୋଷ୍ଟ
ମିଆ ଖଲିଫା ଲେବାନନର। ସେଥିପାଇଁ ମିଆ ଭିଡିଓରେ ଆହୁରି କହିଛନ୍ତି ଯେ ଏସବୁ କେବେ ବନ୍ଦ ହେବ? ଏହି ପ୍ରସଙ୍ଗ ତାଙ୍କ ପାଇଁ ଅତ୍ୟନ୍ତ ବ୍ୟକ୍ତିଗତ। କାରଣ ଲେବାନନ୍ ତାଙ୍କ ନିଜ ଦେଶ। ଯେତେବେଳେ ତାଙ୍କ ଦେଶ ହିଂସାର ମୁକସାକ୍ଷୀ। ଏହାସହ ମିଆ ବିଶ୍ୱକୁ ପ୍ରଶ୍ନ କରି କହିଥିଲେ, ଆଜି ମାନବଜାତି ମହାକାଶରେ ଆଗକୁ ବଢ଼ୁଛି। ତଥାପି ଯୁଦ୍ଧକୁ ରୋକିବାରେ ଏହା ପ୍ରଭାବହୀନ ରହିଛି କାହିଁକି ? ସେ ଅସହାୟ ଅନୁଭବ କରନ୍ତି. କିନ୍ତୁ ସେ ଏବେ ବି ସତ୍ୟ ପ୍ରକାଶ କରିବା ପାଇଁ ତାଙ୍କ ସ୍ୱର ଉଠାଇଥିବେ ବୋଲି ରୋକଠୋକ କହିଛନ୍ତି।




