Vigilance Raids:ଫସାଇଦେଲା ପାଣିବାବୁଙ୍କ ପଇସା ଲୋଭ, ଇଂଜିନିୟରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

vigilance-raids:ଫସାଇଦେଲା-ପାଣିବାବୁଙ୍କ-ପଇସା-ଲୋଭ,-ଇଂଜିନିୟରଙ୍କୁ-ମାଡ଼ି-ବସିଲା-ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଫଶିଛନ୍ତି ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ତାଙ୍କୁ ଫଶାଇ ଦେଇଛି ତାଙ୍କ ଟଙ୍କା ଲୋଭ। ଖାଲି ଟଙ୍କା ନୁହେଁ ବାବୁଙ୍କର ରହିଛି ଘର ଉପରେ ଘର। ସୁନ୍ଦରଗଡ଼ରେ ତିନି ମହଲା ଘର, ରାଉରକେଲା ଛେଣ୍ଡରେ ଦୁଇ ମହଲା ଘର, ଭୁବନେଶ୍ବର ଘାଟିକିଆ ଅରୋଭିଲାରେ ଦୁଇଟି ଫ୍ଲାଟ୍।

Manasranjan Mohanty

  • Published: Monday, 18 August 2025
  • Last updated: 18 August 2025, 03:35 PM IST

VIGILANCE RAID Credit: OTV

VIGILANCE RAID

ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ତାଙ୍କୁ ଫଶାଇ ଦେଇଛି ତାଙ୍କ ଟଙ୍କା ଲୋଭ। ଖାଲି ଟଙ୍କା ନୁହେଁ ବାବୁଙ୍କର ରହିଛି ଘର ଉପରେ ଘର। ସୁନ୍ଦରଗଡ଼ରେ ତିନି ମହଲା ଘର, ରାଉରକେଲା ଛେଣ୍ଡରେ ଦୁଇ ମହଲା ଘର, ଭୁବନେଶ୍ବର ଘାଟିକିଆ ଅରୋଭିଲାରେ ଦୁଇଟି ଫ୍ଲାଟ୍। ଏସବୁ ଉପରେ ଏବେ ରେଡ୍‌ କରିଛି ଭିଜିଲାନ୍ସ।

ଖାଲି ସେତିକି ନୁହେଁ ଗଞ୍ଜାମରେ ଥିବା ତାଙ୍କ ପୈତୃକ ଘର, ଗଞ୍ଜାମ ପୁରଷୋତ୍ତମପୁର ବେହେରାସାହିରେ ଥିବା ଶ୍ୱଶୁର ଘର, ଅନୁଗୁଳ ସ୍ଥିତ ସରକାରୀ କ୍ବାର୍ଟର ଏବଂ ଜଳସେଚନ ଡିଭିଜନ୍ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି। ଏକକାଳୀନ ୮ଟି ସ୍ଥାନରେ ହୋଇଛି ରେଡ୍‌। ଏହି ରେଡ୍‌ରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ରେଡ୍ ପରେ ଜଣାପଡିବ କେତେ ତାଙ୍କ ସମ୍ପତ୍ତି ପରିମାଣ । ସେପଟେ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଧୀକ୍ଷଣ ଯନ୍ତ୍ରୀ।

Also Read

ସୁନ୍ଦରଗଡ଼ ଆଇଟିଡିଏରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ ୨୦୧୬ ରୁ ୨୦୨୨ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ ସୁରେନ୍ଦ୍ର ବେହେରା। ସେହି ସମୟରେ ବି ତାଙ୍କ ବିରୁଦ୍ଧରେ ଅନେକ ଦୁର୍ନୀତିର ଅଭିଯୋଗ ହୋଇଥିଲା । ସମସ୍ତ ବିଭାଗୀୟ କାର୍ଯ୍ୟ ନିଜେ ଠିକା କରିବା ସହ ଅନେକ ପୁରୁଣା କାମରେ ଚୂନ ମାରି ନୂଆ କାମ ଦେଖାଇ କୋଟି କୋଟି ଟଙ୍କା ବିଲ କରି ଉଠାଇ ନେବା ଭଳି ଅଭିଯୋଗ ରହିଥିଲା । ଏହାପରେ ତତ୍କାଳୀନ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନିର୍ଦେଶରେ ତଦନ୍ତ ଚାଲିଥିବାବେଳେ ତାଙ୍କ ବଦଳି ହୋଇଥିଲା।

ଓଟିଭି ହ୍ଵାଟ୍ସଅପ

Scroll to Top