VICE PRESIDENT ELECTION: ନାମାଙ୍କନ ଭରିଲେ ଏନଡିଏ ପ୍ରାର୍ଥୀ ସିପି. ରାଧାକ୍ରିଷ୍ଣନ

vice-president-election:-ନାମାଙ୍କନ-ଭରିଲେ-ଏନଡିଏ-ପ୍ରାର୍ଥୀ-ସିପି.-ରାଧାକ୍ରିଷ୍ଣନ

ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଲେ NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମାଙ୍କନ ବେଳେ ମୁଖ୍ୟ ପ୍ରସ୍ତାବକ ଭାବେ ଉପସ୍ଥିତ ଥିଲେ । ବି. ସୁଦର୍ଶନ ରେଡ୍ଡିଙକୁ ପ୍ରାର୍ଥୀ କରିଛନ୍ତି ବିରୋଧୀ ମେଣ୍ଟ ।

ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମାଙ୍କନ ବେଳେ ମୁଖ୍ୟ ପ୍ରସ୍ତାବକ ଭାବେ ଉପସ୍ଥିତ ଥିଲେ ।

ରାଧାକ୍ରିଷ୍ଣନ ୪ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରତି ନାମାଙ୍କନ ପତ୍ରରେ ୨୦ ଜଣ ଲେଖାଏଁ ପ୍ରସ୍ତାବକ ଓ ୨୦ ସମର୍ଥକଙ୍କ ଦସ୍ତଖତ ରହିଛି। ପ୍ରଥମ ସେଟରେ ମୁଖ୍ୟ ପ୍ରସ୍ତାବକ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ କେନ୍ଦ୍ର ମନ୍ତ୍ରୀ ଓ NDA ସହଯୋଗୀ ଦଳର ସାଂସଦଙ୍କ ଦସ୍ତଖତ ରହିଛି। ସଂସଦରେ ନାମାଙ୍କନ ପତ୍ର ଦାଖଲ ବେଳେ NDAର ୧୬୦ ଜଣ ସଦସ୍ୟ ଉପସ୍ଥିତ ଥିଲେ । ଗତକାଲି ଏନଡିଏ ବୈଠକରେ ସିପି ରାଧାକ୍ରିଷ୍ଣନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟପଟେ ବିରୋଧୀ ମେଣ୍ଟ ବି. ସୁଦର୍ଶନ ରେଡ୍ଡିଙକୁ ପ୍ରାର୍ଥୀ କରିଛନ୍ତି ।

Also Read

ଉଲ୍ଲେଖଯୋଗ୍ୟ, ୨୦୨୪ ଜୁଲାଇରୁ ସିପି ରାଧାକ୍ରିଷ୍ଣନ ମହାରାଷ୍ଟ୍ର ରାଜ୍ୟପାଳ ଥିବାବେଳେ, ଏହା ପୂର୍ବରୁ ୨୦୨୩ ଫେବୃଆରୀରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ବି ରହିଥିଲେ। ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ଏବଂ ପୁଡୁଚେରୀ ଉପରାଜ୍ୟପାଳ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ବ ସମ୍ଭାଳିଥିଲେ ୬୭ ବର୍ଷୀୟ ସି.ପି. ରାଧାକ୍ରିଷ୍ଣନ୍। ରାଜନୈତିକ କ୍ୟାରିୟର କଥା ଦେଖିଲେ, ୧୯୫୭ ଅକ୍ଟୋବର ୨୦ରେ ତାମିଲନାଡୁ ତିରୁପୁରରେ ଜନ୍ମଗ୍ରହଣ କରିଥିବା ରାଧାକ୍ରିଷ୍ଣନ୍, ୧୯୯୮ରେ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ କୋଏମ୍ବାଟୁରରୁ ୨ ଥର ସାଂସଦ ବନିଥିଲେ। ୨୦୦୩ରୁ ୨୦୦୬ ଯାଏଁ ସେ ତାମିଲନାଡୁ ବିଜେପି ସଭାପତି ଥିଲେ। ୧୬ ବର୍ଷ ବୟସରୁ RSS ଓ ଜନସଂଘ ସହ ଜଡ଼ିତ ଅଛନ୍ତି ସି.ପି. ରାଧାକ୍ରିଷ୍ଣନ୍।

NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁରେ ମୋହର ମାରିଥିବା ବେଳେ ଆସନ୍ତା ୨୧ ତାରିଖ ରହିଛି ନାମାଙ୍କନର ଶେଷ ତାରିଖ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସେପ୍ଟେମ୍ବର ୯ରେ ହେବ ଭୋଟିଂ। ସେହିଦିନ ହିଁ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପି ସଂସଦୀୟ ବୋର୍ଡ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେଇଥିଲେ।

ଓଟିଭି ହ୍ଵାଟ୍ସଅପ

Scroll to Top