Vaibhav Suryavanshi: ବିରାଟ କୋହଲି ବି ପାଲଟିଲେ ବୈଭବଙ୍କ ପ୍ରଶଂସକ, ମ୍ୟାଚ୍ ପରେ ଦେଲେ ଏହି ସ୍ପେଶାଲ ଗିଫ୍ଟ

vaibhav-suryavanshi:-ବିରାଟ-କୋହଲି-ବି-ପାଲଟିଲେ-ବୈଭବଙ୍କ-ପ୍ରଶଂସକ,-ମ୍ୟାଚ୍-ପରେ-ଦେଲେ-ଏହି-ସ୍ପେଶାଲ-ଗିଫ୍ଟ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୬ରେ ଏକ ନୂଆ କାହାଣୀ ଲେଖିବାକୁ ଯାଉଛନ୍ତି ବିସ୍ଫୋରକ ବାମହାତୀ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ୧୫ ବର୍ଷର ଏହି ବ୍ୟାଟର ଯାହା କରିଛନ୍ତି, ତାହା କୌଣସି ଫିଲ୍ମ ସ୍କ୍ରିପ୍ଟଠୁ କମ ନୁହେଁ। ଆରସିବି ବିପକ୍ଷରେ ୨୬ ବଲରୁ ୭୮ ରନର ଧୂଆଁଧାର ଇନିଂସ ଖେଳି ଆରସିବିକୁ ଧରାଶାୟୀ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ।

ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରି ସୂର୍ଯ୍ୟବଂଶୀ ପାଓ୍ଵାରପ୍ଲେରେ ହିଁ ମ୍ୟାଚକୁ ଏକତରଫା କରି ଦେଇଥିଲେ। ଭୁବନେଶ୍ଵର କୁମାର ଓ ଜୋଶ ହାଜେଲଉଡଙ୍କ ପରି ଅଭିଜ୍ଞ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ ଏହି ବାମହାତୀ ବ୍ୟାଟର। ବରସାପରା ଷ୍ଟାଡିୟମରେ ବୋଲରଙ୍କ ଯାହା ଧୁଲେଇ କଲେ ସୂର୍ଯ୍ୟବଂଶୀ, କିନ୍ତୁ ଏକ ଅଜବ ଦୃଶ୍ୟ ମ୍ୟାଚ୍ ପରେ ଦେଖିବାକୁ ମିଳିଛି। ମ୍ୟାଚ୍ ସରିବା ପରେ ସୂର୍ଯ୍ୟବଂଶୀ ବିରାଟ କୋହଲିଙ୍କଠୁ ଅଟୋଗ୍ରାଫ ନେଇଛନ୍ତି। କୋହଲି ରାଜସ୍ଥାନର କ୍ୟାପରେ ଲେଖିଛ- ପ୍ରିୟ ବୈଭବ, ବହୁତ ବଢିଆ।

“Dear Vaibhav, Well Done.”

– Virat Kohli signed Vaibhav Sooryavanshi’s cap. He never forget to appreciate youngsters. ❤️ pic.twitter.com/5Ea8pdAgKB

— Suprvirat (@Mostlykohli) April 11, 2026

ଏହି ମେସେଜ ବହୁତ ଛୋଟ ଥିଲା, ମାତ୍ର ଏହାର ଅର୍ଥ ବହୁତ ବଡ଼ ଥିଲା। କ୍ରିକେଟର ମହାନ ଖେଳାଳିଙ୍କଠୁ ମିଳିଥିବା ଏହି ପ୍ରଶଂସା କୌଣସି ବି ଯୁବ ଖେଳାଳିଙ୍କ ପାଇଁ ବଡ଼ ଉପଲବ୍ଧି। ସୂର୍ଯ୍ୟବଂଶୀଙ୍କ ଏହି ଇନିଂସ କେବଳ ରନ ପର୍ଯ୍ୟନ୍ତ ସୀମିତ ନ ଥିଲା, ବରଂ ମ୍ୟାଚର ଗତିପଥ ହିଁ ବଦଳାଇ ଦେଇଥିଲା। ତାଙ୍କର ବିସ୍ଫୋରକ ବ୍ୟାଟିଂ ଦମରେ ରାଜସ୍ଥାନ ରୟାଲ୍ସ ସହଜରେ ଛଅ ଓ୍ଵିକେଟରେ ଆରସିବିକୁ ହରାଇ ପାରିଛି।

Also Read: ଘର ବିକିବା ସହ ଯିବାକୁ ପଡିଲା ଜେଲ୍,ସମ୍ପର୍କୀୟ ଦୂରେଇ ଦେଲେ…ପୁଅକୁ କ୍ରିକେଟର୍ ବନାଇବା ପାଇଁ ଏତେ କଷ୍ଟ ସହିଛନ୍ତି ମୁକୁଲଙ୍କ ବାପା

ରାଜସ୍ଥାନ ଚଳିତ ସିଜିନରେ ଲଗାତାର ଚତୁର୍ଥ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ନିଜର ଶୀର୍ଷ ସ୍ଥାନ ମଜବୁତ କରିଛି। ଅଧିନାୟକ ରିୟାନ ପରାଗଙ୍କ ନେତୃତ୍ଵାଧୀନ ଟିମ ଚମତ୍କାର ଫର୍ମରେ ରହିଛି। ନିଜର ଦମଦାର ପ୍ରଦର୍ଶନ ବଳରେ ବୈଭବ ସୂର୍ଯ୍ୟବଂଶୀ ଅରେଞ୍ଜ କ୍ୟାପ୍ ହାତେଇଛନ୍ତି। ଚାରୋଟି ମ୍ୟାଚରୁ ୨୦୦ ରନ କରି ସାରିଥିବା ଏହି ଯୁବ ଖେଳାଳି ଦୁଇଟି ଅର୍ଦ୍ଧଶତକ ହାସଲ କରି ସାରିଛନ୍ତି।

Scroll to Top