V

v

ସମୁଦ୍ରରୁ ମାଡି ଆସୁଥିଲା ମହାବାତ୍ୟା, ଆଉ ବାତ୍ୟାର ଆଖି ଭିତରେ ପଶିଥିଲା ବିମାନ । ଥରୁଥିଲା ଛାତି, ପ୍ରତି ସେକେଣ୍ଡରେ ମୃତ୍ୟୁର ଭୟ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ମେଲିସା ମହାବାତ୍ୟା ବେଳର ଦୃଶ୍ୟ।

author-image

MELISSA-VIRAL-VIDEO

MELISSA-VIRAL-VIDEO Photograph: (OTV)

ଥରୁଥିଲା ଛାତି, ପ୍ରତି ସେକେଣ୍ଡରେ ମୃତ୍ୟୁର ଭୟ । କାରିବିଆନ ସମୁଦ୍ରରେ ମେଲିସା ମହାବାତ୍ୟା ବେଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମହାବାତ୍ୟାରେ ଫସି ଯାଇଥିଲା ବିମାନ, ଆଉ ଭୀଷଣ ଭାବେ ଥରୁଥିବା ବିମାନକୁ କିପରି କଳେ ବଳେ କୌଶଳେ ନିୟନ୍ତ୍ରଣ କରି ଜୀବନ ବଞ୍ଚାଇଥିଲେ କ୍ରୁ । ଛାତି ଥରାଇଦେଲା ଭଳି ଏ ଦୃଶ୍ୟ । ଲାଗୁଥିଲା ଏଇନା ଯେମିତି କ୍ରାସ୍ ହୋଇଯିବ ବିମାନଟି।
ଗତ ସପ୍ତାହରେ ଆସିଥିଲା ଆଟଲାଣ୍ଟିକ ଇତିହାସର ସବୁଠୁ ଶକ୍ତିଶାଳୀ ମହାବାତ୍ୟା ମେଲିସା । ଉତ୍ତର ଆମେରିକାରେ ରଚିଥିଲା ପ୍ରଳୟ । ମେଲିସା ଆସିଲା ଆଉ ଗଲା । କିନ୍ତୁ ଛାରଖାର କରିଦେଲା ସବୁ କିଛି । ମାଟିରେ ମିଶିଲା ଘରଦ୍ୱାର, ଚାଲିଗଲା ଅନେକ ଜୀବନ। ଜମାଇକାରୁ କ୍ୟୁବା ମଧ୍ୟରେ ଏତେ ବଡ଼ କ୍ଷତି ନା କେହି କେବେ ଦେଖିଥିଲେ ନା ଏବେ ଏସବୁ ଦେଖିବା ପରେ ଆଖିକୁ ବିଶ୍ବାସ ହେଉଛି । ଜମାଇକାରେ ଘଣ୍ଟାପ୍ରତି ୩୦୦ କିଲୋମିଟର ବେଗରେ ବହିଥିଲା ପବନ। ଯୁଆଡ଼େ ଦେଖିବେ ସିଆଡ଼େ କେବଳ ଧ୍ବଂସର ତାଣ୍ଡବଲୀଲା । ଏବେ ଯାଏଁ ୫୦ ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ଅନେକ ନିଖୋଜ ।
ଆଉ ଏସବୁ ଭିତରେ ମହାବାତ୍ୟା ବେଳର ଏହି ରୋଚକ ଦୃଶ୍ୟ ଆସିଛି ସାମ୍ନାକୁ । ଆମେରିକୀୟ ସଂସ୍ଥା NATIONAL OCEANIC AND ATMOSPHIRE ADMINISTRATIONର ହରିକେନ୍ ହଣ୍ଟର ବିମାନ ମହାବାତ୍ୟା ଭିତରେ ଫସି ଯାଇଥିଲା । ବିମାନରେ ଥିବା କ୍ରୁ ଓ ଅନ୍ୟମାନେ ବେଶ୍ କୌଶଳତାର ସହ ସେ ଭିତରୁ ବାହାରିଥିଲେ । କିନ୍ତୁ ସେ ସମୟର ଦୃଶ୍ୟ ଛାତିକୁ ଥରାଇ ଦେଇଛି, ଯାହା ଏବେ ହେଉଛି ଭାଇରାଲ।

Scroll to Top