ଜେଲରେ କୁଖ୍ୟାତ ଅପରାଧୀ ଓ ଆତଙ୍କୀ ଫୋନ୍ ବ୍ୟବହାର କରିବା ସହ ଟିଭି ଦେଖିବାର ଭିଡିଓ ଭାଇରାଲ ହେବା ପରେ ଜେଲ୍ ଭିତରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଛି।
![]()
/odishatv-khabar/media/media_files/2025/11/09/jail-2025-11-09-12-55-05.jpg)
Jail Photograph: (OTV)
ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପରପ୍ପାନା ଅଗ୍ରହାରା କେନ୍ଦ୍ରୀୟ ଜେଲରେ କଏଦୀମାନେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ସହ ଟେଲିଭିଜନ ଦେଖୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଜେଲରେ ସୁରକ୍ଷା ବ୍ୟବସ୍ଥାରେ ବଡ ତ୍ରୁଟି ଥିବା ଭାଇରାଲ ହେଉଥିବା ଏକ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି। ଏହି କଏଦୀମାନଙ୍କ ମଧ୍ୟରେ ସିରିଏଲ୍ ଦୁଷ୍କର୍ମକାରୀ ଏବଂ ସିରିଏଲ୍ କିଲର୍ ଉମେଶ ସହ ଆତଙ୍କବାଦୀ ଗୋଷ୍ଠୀ ISIS ପାଇଁ ଜଣେ କୁଖ୍ୟାତ ନିଯୁକ୍ତିଦାତା ଜୁହାଦ ହମିଦ ଶକିଲ ମାନ୍ନା ମଧ୍ୟ ଅଛି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏକ ମିନିଟ୍ ର ଏହି ଭିଡିଓରେ ମାନ୍ନା ଚା ପିଉଥିବା ଏବଂ ଭିଡିଓ ରେକର୍ଡ କରୁଥିବା ବ୍ୟକ୍ତିଙ୍କ ସହ କଥା ହେଉଥିବାର ଦେଖାଯାଉଛି। ସେ ତାଙ୍କ ଫୋନରେ କିଛି ସ୍କ୍ରୋଲ୍ କରୁଥିବାର ନଜର ଆସୁଛି। ଅନ୍ୟ ଏକ ଭିଡିଓରେ, ଅଭିଯୁକ୍ତ ଉମେଶ ରେଡ୍ଡି ଜେଲ ଭିତରେ ତିନୋଟି ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବାର ଦେଖାଯାଉଛି।
ଉଲ୍ଲେଖଯୋଗ୍ୟ ଯେ ମାନ୍ନା ଉପରେ ଆଇଏସଆଇ ସହିତ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ସେ ମୁସଲିମ୍ ଯୁବକମାନଙ୍କୁ ଆଇଏସଆଇରେ ଯୋଗ ଦେବା ପାଇଁ ସିରିଆ ପଠାଇବା ପାଇଁ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଛି। ରେଡ୍ଡି ବିରୁଦ୍ଧରେ ବଳାତ୍କାର ଏବଂ ହତ୍ୟା ସହ ଜଡିତ ୧୮ ଟି ଅଭିଯୋଗ ରହିଛି। ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ତିନି ବର୍ଷ ଏହି ଦଣ୍ଡକୁ କୋହଳ କରି ୩୦ ବର୍ଷ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
ତେବେ ଜେଲ୍ କର୍ତ୍ତୃପକ୍ଷ ମାନେ ଜେଲ୍ ଭିତରେ ଅପରାଧୀଙ୍କ ଫୋନ୍ ଏବଂ ଟେଲିଭିଜନ ବ୍ୟବହାର ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥିଲେ।
ଏହା ପ୍ରଥମ ଥର ନୁହେଁ। ପରପ୍ପାନା ଅଗ୍ରହାରା କେନ୍ଦ୍ରୀୟ ଜେଲରେ ଅନେକ କୁଖ୍ୟାତ କଏଦୀ ରହିଛନ୍ତି। ଗତ ଅକ୍ଟୋବରରେ, ଜଣେ କୁଖ୍ୟାତ ଅପରାଧୀ ଶ୍ରୀନିବାସ, ଜେଲ ପଛରେ ତାଙ୍କ ଜନ୍ମଦିନ ପାଳନ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଉତ୍ସବର ଭିଡିଓ ଏବଂ ଫଟୋ, ମୋବାଇଲ୍ ଫୋନ୍ରେ ରେକର୍ଡ ହୋଇଥିବା ଏବଂ ପରେ ସୋସିଆଲ ମିଡିଆରେ ସେୟାର ହୋଇଥିଲା। ଏବେ ପୁଣି ଥରେ ଜେଲ୍ ବ୍ୟବସ୍ଥା ମଧ୍ୟରେ ସୁରକ୍ଷା, ତଦାରଖ ଏବଂ ଦାୟିତ୍ୱ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।




